ETV Bharat / state

ହଜିଯାଉଛି ପାରମ୍ପରିକ ଧୁଡୁକି ବାଦ୍ୟ, ଚିନ୍ତାରେ କଳାକାର - ଡଙ୍ଗରପାଉଁସିର ଧନୁ ହରିଜନ

ହାତରେ ଧୁଡୁକି ଓ ତୁଣ୍ଡରେ ପାରମ୍ପରିକ ଗୀତ । ଆଉ ଗୀତର ତାଳେ ତାଳେ ଆଦିବାସୀ ମହିଳାଙ୍କ ପାଦ ବି ନାଚିଉଠେ । କୋରାପୁଟ ଜିଲ୍ଲା ଡଙ୍ଗରପାଉଁସିର ଧନୁ ହରିଜନ ଏବଂ ଉମୁରି ଗାଁର ଚଣ୍ଡାଳ ଜାନୀଙ୍କ ଧୁଡୁକି ବା ଦେଶିଆ ଭାଷାରେ କହୁଥିବା ଡୁଣ୍ଡୁଙ୍ଗା ଶୁଣିବାକୁ ସତେ ଯେପରି ଅନାଇ ବସିଥାନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

koraput
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Mar 1, 2020, 11:47 AM IST

କୋରାପୁଟ: ଆଦିବାସୀ ଅଞ୍ଚଳରେ ଥିବା ବାଦ୍ୟଯନ୍ତ୍ରର ଭିନ୍ନ ଏକ ସ୍ବାତନ୍ତ୍ର୍ୟ ରହିଛି । ଅନେକ ବାଦ୍ୟଯନ୍ତ୍ରର ନୂଆଁ କଳେବର ହୋଇଥିଲେ ବି ତମ୍ବୁରା ବା ଆଦିବାସୀଙ୍କ ଧୁଡୁକି ବାଜାର ରୂପ ରହିଛି ଅପରିବର୍ତ୍ତନୀୟ । ଗାଁ ଦାଣ୍ଡରେ ଧୁଡୁକି ବାଜିଲେ ସଙ୍ଗୀତ ପ୍ରେମୀଙ୍କ ମନ ଖୁସିରେ ଫାଟିପଡେ । ଅନେକ ଆଦିବାସୀ ବାଦ୍ୟ ସମୟର ପ୍ରବାହରେ ନୂତନ କଳେବର ଧାରଣ କରିଥିଲେ ହେଁ ତମ୍ବୁରା କିନ୍ତୁ ତାର ରୂପ, ଆକାର କିମ୍ବା ନିର୍ମାଣର ପ୍ରକ୍ରିୟାକୁ ଛାଡି ନାହିଁ ।

ହାତରେ ଧୁଡୁକି ଓ ତୁଣ୍ଡରେ ପାରମ୍ପରିକ ଗୀତ । ଆଉ ଗୀତର ତାଳେ ତାଳେ ଆଦିବାସୀ ମହିଳାଙ୍କ ପାଦ ବି ନାଚିଉଠେ । କୋରାପୁଟ ଜିଲ୍ଲା ଡଙ୍ଗରପାଉଁସିର ଧନୁ ହରିଜନ ଏବଂ ଉମୁରି ଗାଁର ଚଣ୍ଡାଳ ଜାନୀଙ୍କ ଧୁଡୁକି ବା ଦେଶିଆ ଭାଷାରେ କହୁଥିବା ଡୁଣ୍ଡୁଙ୍ଗା ଶୁଣିବାକୁ ସତେ ଯେପରି ଅନାଇ ବସିଥାନ୍ତି ଗ୍ରାମବାସୀ । ତାଙ୍କ ଡୁଣ୍ଡୁଙ୍ଗା ଶୁଣି ଆନନ୍ଦିତ ହୋଇଯାନ୍ତି ଗାଁ ଲୋକେ । କେତେବେଳେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅମର ଗାଥା ତ ଆଉ କେତେବେଳେ ଆଦିବାସୀ ଜୀବନର କଥା ଓ ବ୍ୟଥା ଗାଇ ମନୋରଞ୍ଜନର ଖୋରାକ ଯୋଗାନ୍ତି ଏହି ଦୁଇ କଳାକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ରାତି ପାହି ସକାଳ ହେଲେ ଏଇ ଦୁଇ କଳାକାର ବାହାରିଯାନ୍ତି ଧୁଡୁକି ନେଇ । ଗାଁ ଗାଁ ବୁଲି କେବଳ ଲୋକଙ୍କର ମନୋରଞ୍ଜନ କରନ୍ତି ନାହିଁ ବରଂ ଲୋକଙ୍କୁ ଏପରି ପୁରୁଣା ବାଦ୍ୟଯନ୍ତ୍ରର ସଂରକ୍ଷଣ କରିବାକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ସଚେତନ କରନ୍ତି । ଧୁଡୁକି ବା ଡୁଣ୍ଡୁଙ୍ଗାର ତରଙ୍ଗାୟିତ ଧ୍ବନି ଶୁଣୁଶୁଣୁ ରୁଣ୍ଡ ହୋଇଯାଆନ୍ତି ଗ୍ରାମବାସୀ । ଏପରିକି ଲୋକେ ରାତିରେ କାମଦାମ ସରିଯିବା ପରେ ଡୁଣ୍ଡୁଙ୍ଗା ଶୁଣି ଜୀବନର କିଛି କଥାକୁ ସଙ୍ଗୀତ ମାଧ୍ୟମରେ ଶୁଣିବାକୁ ପସନ୍ଦ କରିଥାନ୍ତି । ମାଧୁର୍ଯ୍ୟଭରା ସଙ୍ଗୀତରେ ବିଭୋର ହୋଇ କିଏ ଚାଉଳ ଗଣ୍ଡେ ଦିଏ ତ, ଆଉ କିଏ ପରିବା ଦିଇଟା ଦେଇଥାଏ । ଯାହାକୁ ନେଇ ନିଜର ଗୁଜୁରାଣ ମେଣ୍ଟାନ୍ତି ଏମାନେ । ସେପଟେ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଡୁଣ୍ଡୁଙ୍ଗା କଳାକାର ବି ଯେପରି ପ୍ରତିଶୃତିବଦ୍ଧ ।

ଆଦିବାସୀ ସଙ୍ଗୀତରେ ପ୍ରବେଶ କରିଛି ଅନେକ ନୂତନତ୍ତ୍ବ । କିନ୍ତୁ ପୁରୁଣା ପାରମ୍ପରିକ କଳାକୁ ଭୁଲି ନାହାଁନ୍ତି ଏହି ଦୁଇ କଳାକାର । ଆଦିବାସୀ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ଡୁଣ୍ଡୁଙ୍ଗା, ଯାହାକୁ ଏବେ ବି ଲୋକେ ବହୁ ଆଗ୍ରହର ସହିତ ଶୁଣିଥାନ୍ତି । ହେଲେ ଏହା ଶିଖିବା ପାଇଁ ଯୁବପିଢିଙ୍କ ମଧ୍ୟରେ କମିଯାଉଥିବା ଆଗ୍ରହକୁ ନେଇ ମର୍ମାହତ ହୋଇଛନ୍ତି ଉଭୟ କଳାକାର ।

ସରକାରଙ୍କ ଜିଲ୍ଲା ସଂସ୍କୃତି ବିଭାଗ ଏଦିଗରେ କିଛି ସହଯୋଗ କରିଥିଲେ କଳା ବଞ୍ଚି ରୁହନ୍ତା ବୋଲି ଧନୁ ଆଶା ବାନ୍ଧିଛନ୍ତି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗର ହାତ ବଢ଼ାଇଲେ ଧନୁ ଓ ଚଣ୍ଡାଳ ପରି ପାରମ୍ପରିକ କଳାକାରଙ୍କ ଉନ୍ନତି ହେବା ସହ ଏଇ ପାରମ୍ପରିକ କଳା ଓ ବାଦ୍ୟଯନ୍ତ୍ରର ମଧ୍ୟ ସଂରକ୍ଷଣ ହୋଇପାରନ୍ତା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.