ETV Bharat / state

ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଆଣିଛି ନୂତନ ଆଶା - koraput medical got blood collection van

କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟକୁ ମିଳିଛି ରକ୍ତ ସଂଗ୍ରହ ଯାନ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଲୋକେ ।

ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଆଣିଛି ନୂତନ ଆଶା
author img

By

Published : Oct 26, 2019, 9:19 PM IST

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟକୁ ମିଳିଛି ରକ୍ତ ସଂଗ୍ରହ ଯାନ । ଦିନକୁ ଦିନ ଜିଲ୍ଲାରେ ସ୍ବେଚ୍ଛାକୃତ ରକ୍ତଦାନ ବଢୁଥିବାରୁ ମେଡିକାଲକୁ ଦିଆଯାଇଛି ଏହି ସ୍ବତନ୍ତ୍ର ଯାନ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଲୋକେ ।

ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଆଣିଛି ନୂତନ ଆଶା

ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲାରେ ସ୍ଵେଚ୍ଛାକୃତ ରକ୍ତଦାନ ବୃଦ୍ଧି ଘଟିଥିବା ଯୋଗୁଁ ଚିକିତ୍ସାଳୟକୁ ଦିଆଯାଇଥିବା ସ୍ବତନ୍ତ୍ର ଯାନ ଏହି କ୍ଷେତ୍ରରେ ଅଧିକ ସହଯୋଗ ପ୍ରଦାନ କରିବ ବୋଲି ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆ କହିଛନ୍ତି ।

ଏହି ସ୍ବତନ୍ତ୍ର ଯାନ ଗାଁ ଦାଣ୍ଡ, ଯାତ୍ରା ସ୍ଥଳୀ ଭଳି ବିଭିନ୍ନ ସ୍ଥାନରେ ପହଞ୍ଚି ରକ୍ତଦାନ ଶିବିର ଆୟୋଜନ କରିବ । ଯାହା ଦ୍ବାରା ରକ୍ତଦାତାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ ବୋଲି ସେ ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟକୁ ମିଳିଛି ରକ୍ତ ସଂଗ୍ରହ ଯାନ।Body:ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲାରେ ସ୍ଵେଚ୍ଛାକୃତ ରକ୍ତଦାନ ବୃଦ୍ଧି ଘଟିଥିବା ଯୋଗୁଁ ଚିକିତ୍ସାଳୟ କୁ ଦିଆଯାଇଥିବା ସ୍ୱତନ୍ତ୍ର ଯାନ ଏହି କ୍ଷେତ୍ରରେ ଅଧିକ ସହଯୋଗ ପ୍ରଦାନ କରିବ ବୋଲି ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆ ଜଣାଇଛନ୍ତି । ରକ୍ତଦାନ କରିଥିବା ସ୍ଵେଚ୍ଛାସବୀ ଓ ସଂଗଠନ ଗୁଡ଼ିକର ଅକ୍ଲାନ୍ତ ପରିଶ୍ରମ ଫଳରେ ଗାଁ ଗଣ୍ଡାରେ ରକ୍ତଦାନ ର ପରିମାଣ ବୃଦ୍ଧି ପାଇବା ସହ ଆଦିବାସୀ ମହିଳାଙ୍କ ବଢୁଥିବା ସହଭାଗିତା ରକ୍ତଦାନ ଅଭିଯାନରେ ନୂତନ ଉଚ୍ଛାହ ଭରିଦେଇଥିବା ସେ ଜଣାଇଛନ୍ତି ।Conclusion:ବର୍ତମାନ ସବୁ ସୁବିଧା ଥିବା ଏହି ସ୍ୱତନ୍ତ୍ର ଯାନ ଗାଁ ଦାଣ୍ଡ , ଯାତ୍ରା ସ୍ଥଳୀ ପ୍ରଭୃତି ସ୍ଥାନରେ ପହଞ୍ଚି ତା ମଧ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବା ଦ୍ୱାରା ରକ୍ତଦାତାଙ୍କ ମଧ୍ୟରେ ଏହା ଅଧିକ ଆଗ୍ରହ ସୃଷ୍ଟି କରିପାରିବ ବୋଲି ଡାକ୍ତର ଖଟୁଆ ଆଶାପୋଷଣ କରିଛନ୍ତି ।
........
Byte : ଡାକ୍ତର ରତିକାନ୍ତ ଖଟୁଆ ,ରକ୍ତଭଣ୍ଡାର ଅଧିକାରୀ
........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.