ETV Bharat / state

କୋରାପୁଟରେ କାଉଁରିଆ କାଠି ନେବାକୁ ସହରିଆଙ୍କ ଭିଡ - celebrating deepabali

କୋରାପୁଟରେ ଦୀପାବଳିର ମାହୋଲ । ଘରେ ଘରେ ଜଳିବ ଦୀପ । ମହାଲକ୍ଷ୍ମୀଙ୍କୁ କରାଯିବ ଆରଧାନା । ଏଥିସହ କାଉଁରିଆ କାଠିରେ ବଡବଡିଆଙ୍କୁ ଡକାଯିବ । କାଉଁରିଆ କାଠି ପାଇଁ ଲାଗୁଛି ପ୍ରବଳ ଭିଡ । ଅଧିକ ପଢନ୍ତୁ...

କୋରାପୁଟରେ ଦୀପାବଳିର ମାହୋଲ
କୋରାପୁଟରେ ଦୀପାବଳିର ମାହୋଲ
author img

By

Published : Nov 14, 2020, 10:24 AM IST

କୋରାପୁଟ: ଆଜି ସାରା ଦେଶରେ ଦୀପାବଳିର ମାହୋଲ । ଘରେ ଘରେ ଜଳିବ ଦୀପ । ମହାଲକ୍ଷ୍ମୀଙ୍କୁ କରାଯିବ ଆରଧନା । ଏଥିସହ କାଉଁରିଆ କାଠିରେ ବଡବଡିଆଙ୍କୁ ଡକାଯିବ । ଏନେଇ ଗୁରୁବାର କୋରାପୁଟ ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । କିଏ ଦୀପ ଦେଉନଥିଲା ତ କିଏ ବାଛି ବାଛି କାଉଁରିଆ କାଠ । ସହରବାସୀଙ୍କ ପୂଜା ଥାଳିରେ ଯାହା ଦରକାର ଗାଁ ଗଣ୍ଡାରୁ ଆଦିବାସୀମାନେ ଗୋଟି ଗୋଟି ସାଉଁଟି ଆଣିଥିଲେ ।

କୋରାପୁଟରେ ଦୀପାବଳିର ମାହୋଲ

କିଏ ଫୁଲ ଆଣିଦେଇଛି ତ ଆଉକିଏ ମାଟି ଦୀପ , ନୂଆ ଚାଉଳ , ଧାନ , ଚୂଡା, ଆଖୁକୁ ନେଇ ପସରା ମେଲାଇ ବସିଥିଲା । ତେବେ ଏସବୁ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା କାଉଁରିଆକାଠି । ବିଡା ପରେ ବିଡା ବୋହି ନେଉଥିଲେ ସଭିଏଁ । ଏହି କାଉଁରିଆ କାଠି କେହି ନିଜ ବାଡି ବଗିଚାରେ ଲଗାଯାଇଥିବା ଗଛରୁ ସଂଗ୍ରହ କରେ ତ ଆଉ କେହି ସଂଗୃହିତ ହୋଇସାରି ସୁଖା ଯାଇଥିବା କାଠିକୁ ଚାଷୀଙ୍କଠାରୁ କିଣି ଆଣିଥିଲେ । କୋରାପୁଟ ଠାରୁ ୭୦ କିଲୋମିଟର ଦୂର ରାମଗିରିରୁ ଆସିଥିବା ଆଦିବାସୀ ଚାଷୀଙ୍କ କହିବା ଅନୁଯାଇ ଗଛକୁ କାଟିବା ପରେ ତାକୁ ବଜାରରେ ପହଞ୍ଚାଇବା ପୂର୍ବରୁ ପାଞ୍ଚ ଦିନର ପ୍ରକ୍ରିୟା ମଧ୍ୟ ଦେଇ ଗତି କରିବାକୁ ପଡେ ।

ଅନ୍ଯପଟେ,ପ୍ରତ୍ୟେକ ପର୍ବ ପର୍ବାଣୀରେ ବଣ ଜଙ୍ଗଲରୁ , ବାଡିବଗିଚାରୁ ସହରବାସୀଙ୍କ ଆବଶ୍ୟକତାକୁ ଅତି ସୁଲଭ ମୂଲ୍ୟରେ ଆଣି ଯୋଗାଇ ଦେଉଥିବା ଯୋଗୁଁ ସେହି ଆଦିବାସୀ ପରିବାର ଗୁଡିକ ପାଖରେ କୃତଜ୍ଞ ହେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.