କୋରାପୁଟ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ପ୍ରୋତ୍ସାହନରେ ଗାଁ ଗହଳିରେ ଆଦିବାସୀ ଚାଷୀ ଓ ବେସରକାରୀ ଉଦ୍ୟମରେ ଉଦ୍ୟୋଗୀ ପ୍ଲାଣ୍ଟର୍ସଙ୍କ ଦ୍ଵାରା ବ୍ୟାପକ ଭାବେ କଫି ଚାଷ କରାଯାଇଛି । ଏହି ଅଞ୍ଚଳରେ ଉତ୍ପାଦିତ ହେଉଥିବା କଫିର ଉନ୍ନତ ମାନ ଯୋଗୁଁ ମହାରାଷ୍ଟ୍ରରେ ଆଦୃତ ହୋଇଥିବା ଜଣାପଡିଛି ।
ସରକାରୀ ଉଦ୍ୟମରେ ‘କୋରାପୁଟ କଫି’ ବ୍ରାଣ୍ଡରେ କୋରାପୁଟ ଅଞ୍ଚଳର କଫି ଭୁବନେଶ୍ଵର ଓ ଅନ୍ୟାନ୍ୟ ସହର ବିକ୍ରି ହେଉଛି ଏହି କଫି । ବାହାର ରାଜ୍ୟର ପ୍ରତିଷ୍ଠିତ ରୋଷ୍ଟର କମ୍ପାନୀଗୁଡିକ ମଧ୍ୟ ଏଠାକାର କଫିକୁ ନେଇ ନିଜ ରୋଷ୍ଟର କମ୍ପାନୀରେ ବିଭିନ୍ନ ସ୍ଵାଦ ଦେଇ ବଜାରରେ ଉପଲବ୍ଧ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି କ୍ରମରେ କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତରେ 15 ଏକର ଜାଗାରେ ଗଢିଉଠିଥିବା ଦୂର୍ଗା ମାଧବ ଇଷ୍ଟେଟର କଫିକୁ ମୁମ୍ବାଇର ପ୍ରତିଷ୍ଠିତ କଫି ରୋଷ୍ଟର କମ୍ପାନୀ ‘ଡୋଭ’ ଦ୍ଵାରା ମାନ୍ୟତା ମିଳିଥିବା କଫି ଇଷ୍ଟେଟର ଉଦ୍ୟୋଗୀ ତ୍ରିଲୋଚନ ଶତପଥି ସୂଚନା ଦେଇଛନ୍ତି ।
ଏହି କଫି ମୁମ୍ବାଇରେ ଡୋଭ କମ୍ପାନୀ ଦ୍ଵାରା ଦୂର୍ଗା ମାଧବ ରିଅଲ ଇଷ୍ଟେଟର କଫି ଭାବରେ ବ୍ରାଣ୍ଡିଂ କରି ଜାତୀୟ ବଜାରରେ ବର୍ତ୍ତମାନ କୋରାପୁଟର କଫି ଉପଲବ୍ଧ ହେବ । ଏହିପରି ଭାବେ ଜିଲ୍ଲାର କଫି ବଗିଚାକୁ ଏକକ ଭାବେ ଉନ୍ନତ ମାନର ଆଧାରରେ ମାନ୍ୟତା ମିଳିବା ଦ୍ଵାରା କଫି ଚାଷୀ ଉତ୍ସାହିତ ହୋଇଛନ୍ତି । ଏହାସହିତ କୋରାପୁଟ ଜିଲ୍ଲାର କଫି ପ୍ରତି ଦେଶର ବିଭିନ୍ନ କଫି ରୋଷ୍ଟର କମ୍ପାନୀମାନଙ୍କ ଆଗ୍ରହ ବୃଦ୍ଧି ପାଇଛି । ତେବେ ଏ ସମ୍ପର୍କରେ ଅର୍ଗାନିକ କଫି ଚାଷ କରି ଖ୍ୟାତି ଅର୍ଜନ କରିଥିବା ଉଦ୍ୟୋଗୀ ତଥା ଓଡିଶା କଫି ଗ୍ରୋଅର୍ଶ ଆସୋସିଏସନର ସମ୍ପାଦକ ଲଲାଟେନ୍ଦୁ ପ୍ରତାପ ଦେଓ ସୂଚନା ଦେଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ