ETV Bharat / state

‘ସିନ୍ଧିପୁଟ ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହମତି ମିଳିଛି’ - Sindhiput Bridge

ସିନ୍ଧିପୁଟ ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ସହମତି ଦେଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସାଂସଦ ସପ୍ତଗିରି ଉଲାକା
ସାଂସଦ ସପ୍ତଗିରି ଉଲାକା
author img

By

Published : Feb 25, 2021, 11:08 AM IST

କୋରାପୁଟ: ସିନ୍ଧିପୁଟ ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ସହମତି ମିଳିଥିବା ସୂଚନା ଦେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଲମତାପୁଟ ପଞ୍ଚାୟତ ସମିତିର ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ସେ ଏହି ସୂଚନା ପ୍ରଦାନ କରିଛନ୍ତି ।

ସାଂସଦ ସପ୍ତଗିରି ଉଲାକା

ଏହି ବ୍ରିଜ ହେବା ଫଳରେ ବ୍ଲକ ସଦର ମହକୁମାରୁ ବିଛିନ୍ନ ହୋଇ ରହିଥିବା 20 ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବେ ବୋଲି ସେ କହିଛନ୍ତି । ସେହିପରି ଲମତାପୁଟ ବ୍ଲକରେ ଏନଆରଇଜିଏ କାର୍ଯ୍ୟର ସଫଳତାର ତଥ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ତୃଣମୂଳ ସ୍ତରରେ ଏହାର ବାସ୍ତବତାକୁ ପରଖିବାକୁ ପଡିବ ବୋଲି ସେ ମତ ରଖିଛନ୍ତି ।

ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲିକୁ ସାଂସଦଙ୍କ ପୋଷ୍ୟ ପଞ୍ଚାୟତ ଭାବେ ନେଇଥିବା ଯୋଗୁଁ ଏହି ଅଞ୍ଚଳକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ଭାବେ ଗଢି ତୋଳିବାରେ ସମସ୍ତ ପ୍ରଚେଷ୍ଟା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅଞ୍ଚଳରେ ମୋବାଇଲ ଯୋଗାଯୋଗରେ ଥିବା ଅସୁବିଧା ସମ୍ପର୍କରେ ଲୋକସଭାରେ ଉପସ୍ଥାପନ କରିବେ ବୋଲି ସାଂସଦ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.