କୋରାପୁଟ: କୋରୋନାର ମୁକାବିଲା କରିବା ପାଇଁ କୋରାପୁଟ ଜିଲ୍ଳାରେ ପ୍ରଶାସନ ଅଣ୍ଟା ଭିଡିଛି । ଗତ କିଛିଦିନ ଧରି ପରିବା ଓ ଡାଲି ଚାଉଳ ଦୋକାନକୁ ଦିନତମାମ ଖୋଲା ରଖାଯାଉଥିଲାବେଳେ ସେଥିରେ କିଛି ପରିବର୍ତନ ଆଣି ସମୟ ସୀମାକୁ ସଙ୍କୁଚିତ କରିଦିଆଯାଇଥିବା ଜିଲ୍ଲାପାଳ ମଧିସୁଦନ ମିଶ୍ର ଜଣାଇଛନ୍ତି ।
ମଙ୍ଗଳାବାର ଠାରୁ କୋରାପୁଟ ଜିଲ୍ଲାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ପନିପରିବା କିଣିବା ପାଇଁ ବଜାର ସକାଳ 7 ଟା ଠାରୁ 11 ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଅନୁମତି ଦେଇଥିବାବେଳେ କେବଳ ଔଷଧ ଦୋକାନ ଗୁଡିକ ସନ୍ଧ୍ୟା ସମୟରେ ମଧ୍ୟ ଖୋଲିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଏଥିସହିତ କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଆଜି କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରାବାସକୁ 200 ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଚିକିତ୍ସାଳୟ ଭାବେ ପ୍ରସ୍ତୁତ କରାଯାଇଥିବା ସେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ