ETV Bharat / state

ଆଦିବାସୀ ଇଲାକାର ଶିକ୍ଷକଙ୍କୁ ଜାତୀୟ ସମ୍ମାନ - koraput ramakrushna got super-30 award

ଜାତୀୟ ସମ୍ମାନରେ ସମ୍ମାନିତ ହେଲେ କୋରାପୁଟ ଶିକ୍ଷକ । ବେଷ୍ଟ ଗୁରୁଙ୍କୁ ପ୍ରେଷ୍ଟିଜିଅସ୍ ଆଓ୍ବାର୍ଡ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୋରାପୁଟ କୁନ୍ଦୁରା ବ୍ଲକ ଲାଛନାଗୁଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ ହୋଇଛନ୍ତି ସମ୍ମାନିତ ।

ସମ୍ମାନିତ ହେଲେ ରାମକୃଷ୍ଣ ସାର୍
author img

By

Published : Oct 20, 2019, 12:09 AM IST

କୋରାପୁଟ: ଅଖ୍ୟାତ ପଲ୍ଲୀରୁ ‘Super-30’ । ପ୍ରେଷ୍ଟିଜିଅସ୍ ସମ୍ମାନରେ ସମ୍ମାନିତ ହେଲେ ଲାଛନାଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମକୃଷ୍ଣ ସାବତ । ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ୍ କନଭେନସନ ସେଣ୍ଟରରେ ‘I Build Enovation’ ତରଫରୁ ଆୟୋଜିତ ‘Super-30’ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଛି ।

ସମ୍ମାନିତ ହେଲେ ରାମକୃଷ୍ଣ ସାର୍

ଆଦିବାସୀ ଇଲାକାର ଶିକ୍ଷାର ପୂଜାରୀ ରାମକୃଷ୍ଣ ସାର୍‌ଙ୍କ ପାଇଁ ‘Super-30’ ଯାତ୍ରା ଏତେ ସହଜ ନଥିଲା । ଲୋକେ ନିଜ ସୁନେଲି ଭବିଷ୍ୟତର ରଙ୍ଗିନ ସ୍ବପ୍ନରେ ମଜିଥିବା ବେଳେ ପିଲାଙ୍କ ଭବିଷ୍ୟତ କଥା ଚିନ୍ତାକରୁଥିଲେ ରାମକୃଷ୍ଣ ସାର୍‌ । ଘୋର ଅଭାବ ଅସୁବିଧା ସତ୍ତ୍ବେ ମାଗିଯାଚି ସ୍ଥାନୀୟ ଲୋକଙ୍କ ସହାୟତାରେ 1991 ମସିହାରେ ସେ ପ୍ରତିଷ୍ଠା କରିଥିଲେ ଲାଛନାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ତାଙ୍କ ପ୍ରଚେଷ୍ଟା ଯୋଗୁଁ ଆଜି ସ୍କୁଲର ଏରୁଣ୍ଡି ମାଡି ପାରିଛନ୍ତି ହଜାର ହଜାର ପିଲା । ନିଜ ଜୀବନର 29 ବର୍ଷ ସେ ପିଲାଙ୍କ ପାଇଁ ଉତ୍ସଗୀକୃତ କରିଦେଇଛନ୍ତି । ରାମକୃଷ୍ଣ ସାର୍‌ଙ୍କ ପାଇଁ ସ୍କୁଲରୁ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଜନ୍ମ ନେଇଛନ୍ତି ।

ତେବେ ଗୁଣ ଚିହ୍ନେ ଗୁଣିଆ ପରି, ରାମକୃଷ୍ଣ ସାରଙ୍କ ଉତ୍ସର୍ଗକୁ ଚିହ୍ନି ପାରିଛି ‘IB HUBS’ । 30 ହଜାର ଶିକ୍ଷକଙ୍କୁ ପଛରେ ପକାଇ ସୁପର-30ସମ୍ମାନ ପାଇଛନ୍ତି ସେ । ସୂର୍ଯ୍ୟଙ୍କ ଭଳି ଅହରହ ଜଳି ଶିକ୍ଷାର ଅନ୍ଧାରକୁ ଦୂର କରିଥିବା ସାବତ ସାରଙ୍କ ଏହି ଯାତ୍ରା ଅନ୍ୟଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ହାଇଦ୍ରାବାଦରୁ ରମ୍ୟାଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନ ପୁର ମହାଜନପୁର ଗ୍ରାମରେ ବେଆଇନ କାରଖାନା ଚାଲିଥିବା ଖବର ପାଇ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ବିପୁଳ ପରିମାଣର ବାଣ,ବିସ୍ପୋରକ,ଲୁହା ଗୁଣ୍ଡ ,ବାରୁଦ ଆଦି ଜବତ କରିଛି କମିଶନରେଟ ପୋଲିସ।ଜବତ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।ତେବେ ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଥିବା କଟକ ଡିସିପି କହିଛନ୍ତି।

ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ।ଖବର ପାଇ ଜଗତପୁର ଥାନା ଅଞ୍ଚଳର ତ୍ରିଲୋଚନ ପୁର ରେ ବେଆଇନ ବାଣ ଗୋଦାମ ରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ।୧୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦ ଅଫିସର ଏହି ଚଢ଼ାଉ ରେ ସାମିଲ ହୋଇଥିଲେ।ତେବେ ବାଣ ସହ ବାଣ ତିଆରି ସାମଗ୍ରୀ କୁ ଜବତ କରିଛି କମିଶନରେଟ ପୋଲିସ।ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି।

ଦୀପାବଳି ପୂର୍ବରୁ ଆହୁରି ଏହିଭଳି ଚଢ଼ାଉ କରାଯିବ ବୋଲି ଡିସିପି କହିଛନ୍ତି।ତେବେ ବାଣ ତିଆରି ପାଇଁ ବିସ୍ପୋରକ ,ପାଉଡର କେଉଁଠୁ ଆଣି ବେଆଇନ ବାଣ ପ୍ରସ୍ତୁତ କରୁଥିଲେ ତାହାର ତଦନ୍ତ କରାଯାଉଥିବା କଟକ ଡିସିପି ଅଖିଲେଶ୍ଵର ସିଂହ କହିଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.