ETV Bharat / state

ମଣ୍ଡି ନେଉନି ଧାନ, ଚିନ୍ତାରେ ଚାଷୀ

ମଣ୍ଡିରେ ବିକ୍ରି ହେଇପାରୁନି ଧାନ । ସୁସ୍ଥ ଧାନ ମଣ୍ଡିକୁ ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ବି କୌଣସି ଫଳ ମିଳୁନି । ଅଧିକ ପଢ଼ନ୍ତୁ

ମଣ୍ଡି ନେଉନି ଧାନ, ଚିନ୍ତାରେ ଚାଷୀ
ମଣ୍ଡି ନେଉନି ଧାନ, ଚିନ୍ତାରେ ଚାଷୀ
author img

By

Published : Apr 18, 2022, 10:55 PM IST

କୋରାପୁଟ: ସୁସ୍ଥ ଧାନ ମଣ୍ଡିକୁ ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ବି କୌଣସି ଫଳ ମିଳୁନି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନାନୁସାରେ ଆଜି କୋରାପୁଟରେ ଜିଲ୍ଲା ଯୋଗାଣ ବିଭାଗ ଦ୍ଵାରା ଆୟୋଜିତ ରବି ଧାନକୁ ମଣ୍ଡି ମାଧ୍ୟମରେ ସଂଗ୍ରହ ଓ କ୍ରୟ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । ମଣ୍ଡିରେ ଦଲାଲ ରାଜର ପ୍ରାଦୁର୍ଭାବରେ ଚାଷୀ ଅତିଷ୍ଠ ହୋଇ ଉଠିଥିବା ନରେନ୍ଦ୍ର କୁମାର ଜଣାଇଛନ୍ତି ।

ମଣ୍ଡି ନେଉନି ଧାନ, ଚିନ୍ତାରେ ଚାଷୀ

ତେବେ ମଣ୍ଡିରୁ ଧାନ ନନେଇ ବାହାର ଜିଲ୍ଲାର ମିଲର ଧାନ କିଣୁଥିବା ଅଭିଯୋଗ ହୋଇଛି । ଯେଉଁମାନେ ଅଧିକା ଧାନ ଛାଡ଼ିବେ ସେମାନେ ଧାନ ବିକ୍ରି କରିପାରିଥିବା ବେଳେ ଟୋକନ୍ ପାଇଥିବା ସାଧାରଣ ଚାଷୀ ମଧ୍ୟ ଧାନ ବିକ୍ରି କରି ପାରୁନଥିବା ସେ ଅଭିଯୋଗ କରିଛନ୍ତି । ଜୟପୁର ଆରଏମସି ପାଖରେ କୋଟି କୋଟି ଟଙ୍କା ପଡ଼ି ରହିଥିଲେ ବି ବର୍ଷ ବର୍ଷ ଧରି ତାର ଦୁର୍ବଳ ଭିତ୍ତି ଭୂମିକୁ ସଜାଡ଼ିବାର ପ୍ରଚେଷ୍ଟା କରାଯାଉନଥିବା ସେ ଜଣାଇଛନ୍ତି ।

ଖରିଫ ଧାନ କିଣିବା ପାଇଁ ସମୟ ସୀମା ଅଧିକ ଥିବା ବେଳେ ୧୦ ଲକ୍ଷ କ୍ଵିଣ୍ଟାଲରୁ ଊର୍ଦ୍ଧ୍ବ ରବି ଧାନ କିଣା ବିକା ପାଇଁ ସରକାର ଲକ୍ଷ୍ୟ ରଖିଥିଲେ ହେଁ ଚାଷୀ କମ ସମୟ ପାଉଥିବା ଯୋଗୁଁ ଚଳିତ ବର୍ଷ ଅବସ୍ଥା କିପରି ରହିବ ସେ ନେଇ ପ୍ରଧାନ ଆଶଙ୍କା ପ୍ରକାଶ କରିଛନ୍ତି । ସରକାର ଏକ ବ୍ୟବସ୍ଥିତ ମଣ୍ଡିର ପ୍ରତିଶ୍ରୁତି ଦେଇ ଆସୁଥିଲେ ହେଁ ସେ ପ୍ରତିଶୃତି କାର୍ଯ୍ୟକାରୀ ହେଉନଥିବା ସେ ଅଭିଯୋଗ କରିଛନ୍ତି । ତେବେ ମେ ମାସ 22 ତାରିଖ ପରେ ରବି ଧାନ ମଣ୍ଡି ଖୋଲାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ସୂଚନା ଦେଇଛନ୍ତି ।

ରବି ଧାନ କ୍ରୟ କରିବା ପାଇଁ ମଣ୍ଡି ପରିଚାଳନା ଓ କୃଷକ ମାନଙ୍କ ସମସ୍ୟାକୁ ନେଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ସାଂସଦ କିମ୍ବା ଜିଲ୍ଲାର କୌଣସି ବିଧାୟକ ଉପସ୍ଥିତ ନହେବା ଜିଲ୍ଲାରେ କୃଷକଙ୍କ ସମସ୍ୟା ପ୍ରତି ରାଜନୈତିକ ନେତୃବୃନ୍ଦ କେତେଦୂର ସମ୍ବେଦନଶୀଳ ତାହା ସ୍ପଷ୍ଟ ହେଉଥିବା ନେଇ ଚାଷୀ ଙ୍କ ମହଲରେ ଚର୍ଚ୍ଚା ଯୋର ଧରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.