କୋରାପୁଟ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କ ଉତ୍ତରପ୍ରଦେଶ ପୋଲିସ ପ୍ରଶାସନର କାର୍ଯ୍ୟକୁ ବିରୋଧ କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି । ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ ।
କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପାର୍କରେ ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାରେ ତରବରିଆ ଭାବେ ତାର ଦହନ କାର୍ଯ୍ୟ ସମ୍ପାଦନ କରିବା ଘଟଣାକୁ ବିରୋଧ କରିଛନ୍ତି । କଂଗ୍ରେସ ଦଳର ତୁଙ୍ଗ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ଯାଉଥିବାବେଳେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କ ସହ ଠେଲାପେଲା କରି ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଥିଲା । କଂଗ୍ରେସ ନେତୃବର୍ଗଙ୍କୁ ଉତ୍ତରପ୍ରଦେଶ ରାଜ୍ୟ ପ୍ରଶାସନର ଏ ଭଳି ବ୍ୟବହାର କୁ ବିରୋଧ କରିବା ସହ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ