କୋରାପୁଟ : ଦିନକୁ ଦିନ ତେଜିବାରେ ଲାଗିଛି ଓଡିଶା ଆନ୍ଧ୍ର ବିବାଦ । କୋଟିଆ ପାଇଁ ଆଜି(ବୁଧବାର) ସଂନ୍ଧ୍ୟାରେ ବସିବ ବୈଠକ । ଭିଡିଓ କନଫରେନ୍ସିଂ ଯୋଗେ କୋଟିଆ ସମ୍ପର୍କରେ ଆଡଭୋକେଟ ଅନ ରେକର୍ଡ , ଲିଗାଲ ଟିମ , ରାଜସ୍ବ ସଚିବ ଓ ଆଇନ ବିଭାଗ ସଚିବଙ୍କ ପାଖରେ ତଥ୍ୟ ଦାଖଲ କରିବ ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।
ଆନ୍ଧ୍ର କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ସୁପ୍ରିମକୋର୍ଟରେ ରାଜ୍ୟସରକାର ଅଦାଲତ ଅବମାନନା ମାମଲା ଦାଖଲ କରିଥିବାବେଳେ ଏହାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ । ଆନ୍ଧ୍ରର ଏହି ମନମାନୀ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଅଦାଲତ ଅବମାନନା ପ୍ରସଙ୍ଗ ଯେଭଳି ଠିକଣା ଭାବେ ପରିଚାଳନା ହୁଏ । ଏହାକୁ ଦୃଷ୍ଟିରେ ରଖି ସବୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କୋଟିଆରେ ପ୍ରଥମରୁ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି ରହିଛି । ଜନସାଧାରଙ୍କ ସହ ଅନେକ ବିକାଶମୂଳକ କାର୍ଯ୍ୟ ଓଡିଶା ସରକାରଙ୍କ ଦ୍ବାରା କରାଯାଇଛି । ତେଣୁ ଓଡିଶା ତରଫରୁ ଆସନ୍ତା 19 ତାରିଖରେ ଓଡିଶା ପକ୍ଷର ଲିଗାଲ ଟିମକୁ ଦିଆଯାଉଥିବା ତଥ୍ୟ ସମ୍ବଳିତ ଦସ୍ତାବିଜ ସହାୟକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କୋରାପୁଟରୁ ସି.ଏଚ .ଶାନ୍ତାକାର ,ଇଟିଭି ଭାରତ