ETV Bharat / state

ଆସିପାରନ୍ତି ପଙ୍ଗପାଳ, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ - pangapal tension

ଛତିଶଗଡରେ ପହଞ୍ଚିଥିବା ପଙ୍ଗପାଳ ଦଳର ଗତିକୁ ଲକ୍ଷ୍ୟ କଲେ ଏହା କୋରାପୁଟ ଜିଲ୍ଲାକୁ ପ୍ରଥମେ ଆସିପାରନ୍ତି ବୋଲି ଆକଳନ କରାଯାଉଛି । ତେବେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛି ।

pangapal tension
ଆସିପାରନ୍ତି ପଙ୍ଗପାଳ, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
author img

By

Published : Jun 3, 2020, 7:30 AM IST

Updated : Jun 3, 2020, 8:17 AM IST

କୋରାପୁଟ: ରାଜ୍ୟରେ କୋରୋନା କାୟା ବିସ୍ତାର କରୁଥିବାବେଳେ ଆଉ ଏକ ବିପଦ ‘ପଙ୍ଗପାଳ’ ଓଡିଶା ମୁହାଁ ହେଉଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜ୍ୟରେ ଫସଲ ଉଜାଡିବା ପରେ ଏବେ ପଙ୍ଗପାଳ ଦଳ ଓଡିଶା ମୁହାଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଆସିପାରନ୍ତି ପଙ୍ଗପାଳ, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଛତିଶଗଡରେ ପହଞ୍ଚିଥିବା ଏହି ପଙ୍ଗପାଳ ଦଳର ଦିଗକୁ ପରୀକ୍ଷା କଲେ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଏମାନେ ପ୍ରଥମେ ଆସିପାରନ୍ତି ବୋଲି କୁହାଯାଉଛି । ଏପଟେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛି ।

କୋରାପୁଟର ଏହି ବ୍ଲକ ହୋଇପାରନ୍ତି ଅଧିକ ପ୍ରଭାବିତ

ଛତିଶଗଡରେ ପହଞ୍ଚିଥିବା ପଙ୍ଗପାଳ ଦଳର ଗତିକୁ ଲକ୍ଷ୍ୟ କଲେ ଏହା କୋରାପୁଟ ଜିଲ୍ଲାକୁ ପ୍ରଥମେ ଆସିପାରନ୍ତି ବୋଲି ଆକଳନ କରାଯାଉଛି । ତେବେ ଏମାନେ ପ୍ରଥମେ ଜିଲ୍ଲାର କୋଟପାଡ, ବୋରିଗୁମ୍ମା, କୁନ୍ଦୁରା ଓ ଜୟପୁର ବ୍ଲକରେ ପ୍ରବେଶ କରିବା ନେଇ ଆଶଙ୍କା ଦେଖାଦେଇଛି ।

ପଙ୍ଗପାଳଙ୍କ ମୁକାବିଲା ପାଇଁ ଜିଲ୍ଲାରେ ନିଆଯାଇଛି ଏହି ପଦକ୍ଷେପ...

ଜିଲ୍ଲାରେ ପଙ୍ଗପାଳଙ୍କ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳ ଏହାର ମୁକାବିଲା ପାଇଁ ଉଦ୍ୟାନ ବିଭାଗ , ବନ ବିଭାଗ , ଅଗ୍ନିଶମ ବିଭାଗ ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପଙ୍ଗପାଳକୁ ଦୂରେଇଦେବା ପାଇଁ ଓ ମାରିବା ପାଇଁ ଆବଶ୍ୟକ ହେଉଥିବା ରାସାୟନିକ ଔଷଧ ଯଥେଷ୍ଟ ପରିମାଣରେ ମହଜୁଦ ଥିବା ସେ ଜଣାଇଛନ୍ତି ।

ପଙ୍ଗପାଳ ଆସିଲେ ଜିଲ୍ଲାର କଣ କ୍ଷତି ହେବ ?

ଦିନକୁ ପ୍ରାୟ 100 କିମି ଆସୁଥିବା ଏହି ପଙ୍ଗପାଳ କୋରାପୁଟ ଜିଲ୍ଲାରେ ପ୍ରବେଶ କରିବା ନେଇ ଆଶଙ୍କା ଦେଖାଦେଇଛି । ତେବେ ବର୍ତ୍ତମାନ ପ୍ରାୟ ଅଧିକାଂଶ ଧାନ ଅମଳ ହୋଇଯାଇଥିବାରୁ ଜିଲ୍ଲାରେ କ୍ଷତିର ପରିମାଣ ନିୟନ୍ତ୍ରଣାଧିନ ରହିବ ବୋଲି କୋରାପୁଟ ଉଦ୍ୟାନ ବିଭାଗର ଅଧିକାରୀ ପ୍ରମୋଦ କୁମାର ସେଠୀ ଆଶାପୋଷଣ କରିଛନ୍ତି । ତେବେ ଜିଲ୍ଲାରେ ହୋଇଥିବା ଅନ୍ୟ ଫସଲର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜଣାପଡିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Jun 3, 2020, 8:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.