କୋରାପୁଟ: ଜିଲ୍ଲାରେ କୋରୋନାରେ ଆକ୍ରାନ୍ତ ହେଲେ ଆଉ ଛଅ । ଶୁକ୍ରବାର ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡାରୁ ପାଞ୍ଚଜଣ ଓ ଜୟପୁରରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଜୟପୁରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ଗତ କିଛିଦିନ ପୂର୍ବେ ନନ୍ଦପୁର, ଲକ୍ଷ୍ମୀପୁର, ଦଶମନ୍ତପୁର ଓ ଜୟପୁରର ପାଞ୍ଚଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଜୟପୁର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗୁରୁବାର ଏହି 5 ଆକ୍ରାନ୍ତ ସୁସ୍ଥ ହୋଇ ଫେରି ଯାଇଛନ୍ତି ।
ବନ୍ଧୁଗାଁର ପାଞ୍ଚଜଣଙ୍କ ମଧ୍ୟରେ 2ଜଣ ଶିଶୁ ରହିଥିବାବେଳେ ସେମାନେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରୁ ଫେରିଥିଲେ । ସେହିପରି ଜୟପୁରର ଜନୈକ ମହିଳା ମୁମ୍ବାଇରୁ ଫେରିଥିବା ଜଣାପଡିଛି । ଶୁକ୍ରବାର ସମ୍ପୃକ୍ତ ଅଞ୍ଚଳରେ ଆସନ୍ତା 5ଦିନ ପାଇଁ କଣ୍ଟେନମେଣ୍ଟ ଜୋନର ଘୋଷଣା କରି ଦିଆଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ