ETV Bharat / state

ମାହାଙ୍ଗା ହତ୍ୟା ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ବିଜେପିର ଥାନା ଘେରାଉ

author img

By

Published : Jan 7, 2021, 10:40 AM IST

ମାହାଙ୍ଗାରେ ଦୁଇଜଣ ବିଜେପି ନେତାଙ୍କ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଆରୋପ କରି କୋରାପୁଟ ଜିଲ୍ଲା ବିଜେପି ଦ୍ବାରା ଟାଉନ ଥାନା ଘେରାଉ କରିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ...

ବିଜେପି ନେତା ହତ୍ୟା ମାମଲା, ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ବିଜେପିର ଥାନା ଘେରାଉ

କୋରାପୁଟ: ମାହାଙ୍ଗାରେ ଦୁଇଜଣ ବିଜେପି ନେତାଙ୍କ ହତ୍ୟା ଘଟଣା । ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଆରୋପ କରି କୋରାପୁଟ ଜିଲ୍ଲା ବିଜେପି ଦ୍ବାରା ଟାଉନ ଥାନା ଘେରାଉ କରିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଭଳି ଗତ ନିର୍ବାଚନ ଠାରୁ ଓଡ଼ିଶାରେ ମଧ୍ୟ ବିଜେଡି ସରକାର ରକ୍ତର ହୋଲି ଖେଳି ବିଜେପି ନେତାଙ୍କୁ ହତ୍ୟା କରିଚାଲିଥିବା କୋରାପୁଟର ବିଜେପି ଦଳର ଅଗ୍ରଣୀ ନେତା ତ୍ରିପୁରାରୀ ଗରଡ଼ା ଅଭିଯୋଗ କରିଛନ୍ତି ।

ମାହାଙ୍ଗା ହତ୍ୟାକାଣ୍ଡରେ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ଗିରଫ କରିବା ସହ ମନ୍ତ୍ରୀପଦରୁ ବହିଷ୍କାର କରିବା ପାଇଁ ସେ ଦାବି କରିଛନ୍ତି । ସବୁ ଜାଣିଶୁଣି ରାଜ୍ୟସରକାର ଯଦି ଉଚିତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଆସି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶ୍ରୀ ଗରଡ଼ା ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.