ETV Bharat / state

ଫଟୋଗ୍ରାଫି ପାଇଁ ସୁନ୍ଦର ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ - କୋରାପୁଟ ଦେଉଛି ଫଟୋଗ୍ରାଫି ପାଇଁ ବର୍ଷ ତମାମ ସୁଯୋଗ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ । ଦେଶର ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫରଙ୍କୁ ଆକୃଷ୍ଟ କରିଥାଏ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ । ଅଧିକ ପଢନ୍ତୁ

କୋରାପୁଟ ଦେଉଛି ଫଟୋଗ୍ରାଫି ପାଇଁ ବର୍ଷ ତମାମ ସୁଯୋଗ

author img

By

Published : Aug 20, 2022, 5:40 PM IST

କୋରାପୁଟ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ । ପ୍ରକୃତିର କୋଳରେ ବସବାସ କରିଥିବା ବନବାସୀ ଓ ସେମାନଙ୍କ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ପରମ୍ପରା ବେଶ ନିଆରା । ଦେଶର ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫରଙ୍କୁ ଆକୃଷ୍ଟ କରିଥାଏ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ । ସେଇଥିପାଇଁ ନିଇତି ଏଠାରେ ଲୋକଙ୍କ ଭିଡ ଜମେ ଫଟୋ ଉଠାଇବା ପାଇଁ ।

କୋରାପୁଟ ଦେଉଛି ଫଟୋଗ୍ରାଫି ପାଇଁ ବର୍ଷ ତମାମ ସୁଯୋଗ

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ କୋରାପୁଟ ଜିଲ୍ଲାର ଖ୍ୟାତି ସମ୍ପନ୍ନ ଫଟୋଗ୍ରାଫର ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ଯେ, ''କୋରାପୁଟ ହେଉଛି ଫଟୋଗ୍ରାଫର ପାଇଁ ଏକ ଖଣି । ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନୁଭୂତି ଫଟୋରେ ମିଳିଥାଏ ଏଠାରେ । ଏହି ଅଞ୍ଚଳର ଐତିହ୍ୟ ଓ ଜୈନ ପରମ୍ପରାର କୀର୍ତ୍ତିରାଜି ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି ।"

ସେ ଆହୁରି କହିଛନ୍ତି ଯେ, "କୋରାପୁଟ ଅଞ୍ଚଳରେ ଥିବା ଏହି ସମ୍ଭାବନାକୁ ଆଖିରେ ରଖି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ଭଳି ଅନୁଷ୍ଠାନ ଗୁଡିକରେ ଫଟୋଗ୍ରାଫିର ପାଠ୍ୟକ୍ରମକୁ ଗୁରୁତ୍ଵ ଦେଇପାରିଲେ । ଦେଶର ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫିପ୍ରେମୀମାନେ କୋରାପୁଟ ଅଞ୍ଚଳର ବିଷୟରେ ଜାଣିବେ । ଯାହା କୋରାପୁଟକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇପାରିବ । ଆଉ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟାଇବାରେ ସହାୟକ ହୋଇପାରନ୍ତା ବୋଲି ସେ କହିଛନ୍ତି ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.