ETV Bharat / state

ଜଳସ୍ତର ସହ କମୁଛି କୋଲାବ ଡ୍ୟାମ୍‌ର ଜଳଧାରଣ କ୍ଷମତା, ୧୦ବର୍ଷରେ ୬.୫ମିଟର ହ୍ରାସ - କୋଲାବରେ ଜଳଧାରଣ କ୍ଷମତା ହ୍ରାସ

କୋରାପୁଟ ଜିଲ୍ଲାରେ କିଛି ବର୍ଷ ହେଲା ବର୍ଷା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରମୁଖ ଜଳଭଣ୍ଡାର କୋଲାବରେ ଗତ ୧୦ବର୍ଷ ମଧ୍ୟରେ ଜଳଧାରଣ କ୍ଷମତା ୬.୫ମିଟର ହ୍ରାସ ପାଇଛି । ଅଧିକ ପଢନ୍ତୁ

କମୁଛି ଜଳଧାରଣ କ୍ଷମତା
କମୁଛି ଜଳଧାରଣ କ୍ଷମତା
author img

By ETV Bharat Odisha Team

Published : Aug 29, 2023, 10:44 AM IST

Updated : Aug 29, 2023, 7:10 PM IST

ଜଳସ୍ତର ସହ କମୁଛି କୋଲାବ ଡ୍ୟାମ୍‌ର ଜଳଧାରଣ କ୍ଷମତା

କୋରାପୁଟ: ଜିଲ୍ଲାର କୋଲାବ ଜଳଭଣ୍ଡାରରେ ଗତ ୧୦ ବର୍ଷରେ ଜଳଧାରଣ କ୍ଷମତା ୬.୫ମିଟର ହ୍ରାସ ପାଇଥିବା ବେଳେ କମିଛି ଜଳସ୍ତର । ଦିନ ଥିଲା କୋରାପୁଟ ଅଞ୍ଚଳକୁ ଓଡ଼ିଶାର ଚେରାପୁଞ୍ଜି କୁହାଯାଉଥିଲା । ବର୍ଷକୁ ଛଅ ମାସ ବର୍ଷା ଲାଗି ରହୁଥିଲା । କିନ୍ତୁ ଗତ କିଛି ବର୍ଷ ଧରି ବୃଷ୍ଟିପାତର ପରିମାଣ ଅପେକ୍ଷାକୃତ ଭାବେ କମୁଛି । ଯାହା ଫଳରେ ଆଗାମୀ ଦିନରେ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି । ତେବେ ଏହି ସମୟରେ ପୂର୍ବରୁ ଜଳଭଣ୍ଡାର‌ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ରହୁଥିବା ବେଳେ ଚଳିତ ବର୍ଷ ସ୍ଥିତି ଭିନ୍ନ ରହିଛି । ଜିଲ୍ଲାରେ ବାର୍ଷିକ ପ୍ରାୟ ୬୦୦୦ ମିମି ବର୍ଷାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳଧାରଣ କ୍ଷମତା ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ମାତ୍ର ୧୪୦୦ରୁ ୧୫୦୦ମିମି ମଧ୍ୟରେ ବର୍ଷା ହୋଇଛି । ତେଣୁ ଚଳିତ ବର୍ଷ ଜଳଭଣ୍ଡାର ଭର୍ତ୍ତି ସମ୍ଭାବନା କମ୍ । ଚଳିତବର୍ଷ ଜଳ ଭଣ୍ଡାରରେ 851.53 ମିଟର ଜଳ ସ୍ତର ରହିଥିବା ବେଳେ ଏହା ଜଳଭଣ୍ଡାରର ଜଳ ଧାରଣ କ୍ଷମତାର ମାତ୍ର ଶତ

କଡ଼ା 41.83 ଭାଗ । ତେବେ ସମୁଦାୟ 1630 ବର୍ଗ କିଲୋମିଟର ବ୍ୟାପି ରହିଥିବା ଏହି ଜଳଭଣ୍ଡାରରେ ୨୦୧୪ରେ ଜଳସ୍ତର 853.820 ମିଟର ରହିଥିଲା । ଆଉ ସେବେଠାରୁ ଜଳସ୍ତର ବି ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ଏହି ୧୦ ବର୍ଷର ହାରାହାରି ଜଳସ୍ତରକୁ ଆକଳନ କଲେ ଚଳିତ ବର୍ଷ ସୁଦ୍ଧା ଜଳସ୍ତର ୬.୫ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି । ବର୍ଷା ପରିମାଣ ମଧ୍ୟ ଉଦ୍‌ବେଗର କାରଣ ପାଲଟିଛି ।

କୋରାପୁଟ ଜିଲ୍ଲାରେ ୨୦୨୨ ଜୁଲାଇ ମାସରେ ୧୪ଟି ବ୍ଲକରେ ମୋଟ ୬୩୨୬.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ଭାବେ ୪୫୧.୮୭ ମିମିବର୍ଷା ରେକର୍ଡ ହୋଇଛି । ୨୦୨୧ ମସିହା ଜୁଲାଇ ମାସରେ ୧୪ଟି ବ୍ଲକରେ ମୋଟ ୩୩୩୮.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ୨୩୮.୪୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ୨୦୨୦ ମସିହାର ଜୁଲାଇ ମାସରେ ୧୪ଟି ବ୍ଲକରେ ମୋଟ ୩୮୧୧.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇ ଥିବା ବେଳେ ହାରାହାରି ୨୭୨.୭୪ ମିମି ହୋଇଛି।

ଏହା ମଧ୍ୟ ପଢନ୍ତୁ- କୋଲାବ ଜଳଭଣ୍ଡାର ରେଳ ବ୍ରିଜ କଡରେ ପୋଲ ନିର୍ମାଣ ପାଇଁ ଦାବି

ତେବେ ଜିଲ୍ଲାରେ ଚଳିତ ବର୍ଷ କମ ବୃଷ୍ଟିପାତ ହୋଇଛି । କୋଲାବ ଜଳଭଣ୍ଡାର ଚାରିପାଖେ ଥିବା କୋରାପୁଟ, ଲମତାପୁଟ, ବୈପାରିଗୁଡା, ନନ୍ଦପୁର, ପଟ୍ଟାଙ୍ଗି, ସେମିଳିଗୁଡା ଅଞ୍ଚଳରେ ବର୍ଷାର ପରିମାଣ କମ୍ ଯୋଗୁଁ ଜଳଭଣ୍ଡାରରେ ଯେତିକି ପରିମାଣର ଜଳ ରହିବା କଥା ସେତିକି ରହୁନାହିଁ ବୋଲି ଜିଲ୍ଲା ସହକାରୀ ଯନ୍ତ୍ରୀ ରାଜ କିଶୋର ବେହେରା କହିଛନ୍ତି । ଜଳଭଣ୍ଡାରରୁ ଜିଲ୍ଲାର ବିଭିନ୍ନ ପ୍ରମୁଖ ସହରକୁ ପାନୀୟ ଜଳ ଯୋଗାଣ ସହ ନାଲକୋ ଓ ହାଲ୍‌ ଭଳି ଶିଳ୍ପ ସଂସ୍ଥାରେ ଜଳ ବ୍ୟବହାର ପାଇଁ ନିର୍ଭରଶୀଳ । ତେଣୁ ଜଳଭଣ୍ଡାରର ଉପରମୁଣ୍ଡରେ ବୃକ୍ଷ ରୋପଣ ଓ ଜଳଭଣ୍ଡାରରୁ ପଟୁମାଟି ନିଷ୍କାସନ କରାନଗଲେ ଭବିଷ୍ୟତରେ ଅଞ୍ଚଳବାସୀଙ୍କ ପାଇଁ ଏହା ଏକ ବିରାଟ ସମସ୍ୟା ହୋଇ ଦେଖାଦେବ ବୋଲି ପରବେଶବିତ୍‌ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଯେଉଁ ସମୟରେ ଜଳଭଣ୍ଡାର‌ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ରହିବା କଥା ସେହି ସମୟରେ ଜଳର ପରିମାଣ ହ୍ରାସ ପାଉଛି । ଫଳରେ ଆସନ୍ତା ଋତୁ ପାଇଁ ଜଳ ମିଳିବ କି ନ‌ାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ଅପର କୋଲାବ ଜଳଭଣ୍ଡାର ପ୍ରକଳ୍ପର ସହକାରୀ ଯନ୍ତ୍ରୀ ରାଜ କିଶୋର ବେହେରା କହିଛନ୍ତି, "ଜଳ ଭଣ୍ଡାରରେ 851.53 ମିଟର ଜଳସ୍ତର ରହିଛି । ଏହା ଗତ ବର୍ଷ ୮୫୨.୨୮ମିଟର ଥିଲା । ବର୍ଷାର ପରିମାଣ କମି କମି ଯାଉଛି ଯାହା ଫଳରେ ଜଳ ଜଳଭଣ୍ଡାର ପୂର୍ଣ୍ଣ ହୋଇପାରୁନି । କୋଲାବ ଜଳଭଣ୍ଡାର ଚାରିପାଖେ ଥିବା କୋରାପୁଟ, ଲମତାପୁଟ , ବୈପାରିଗୁଡା , ନନ୍ଦପୁର ଆଦି ଅଞ୍ଚଳରେ ବର୍ଷାର ପରିମାଣ କମ୍ ଯୋଗୁଁ ଜଳଭଣ୍ଡାରରେ ଯେତିକି ପରିମାଣର ଜଳ ରହିବା କଥା ସେତିକି ରହୁନାହିଁ ।"

ଇଟିଭି ଭାରତ , କୋରାପୁଟ

Last Updated : Aug 29, 2023, 7:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.