ETV Bharat / state

ନିରବି ଯାଉଛି ପାହାଡ଼ର ସ୍ବର ! ଗୋଟି ଗୋଟି ହୋଇ ମାଟିରେ ଲୋଟି ପଡ଼ୁଛି ବୃକ୍ଷରାଜି

Impacts of mining on Koraput hill areas: ଧିରେ ଧିରେ ଖଣି ଖନନ ବୃଦ୍ଧି ପାଉଥିବା ଯୋଗୁଁ ଅସ୍ତିତ୍ବ ହରାଇବାକୁ ବସିଛି କୋରାପୁଟ ପାହାଡ଼ିଆ ଅଞ୍ଚର ସୌନ୍ଦର୍ଯ୍ୟ । ପାହାଡ଼ ଉପରେ ନିର୍ଭର କରି ବଞ୍ଚୁଥିବା ଆଦିବାସୀଙ୍କ ରୋଜଗାରରେ ବେଡ଼ି ପଡିବାକୁ ବସିଛି । ଜଙ୍ଗଲ ସରି ସରି ଆସୁଥିବା ବେଳେ ପରିବେଶ ଉପରେ ଏହା ପ୍ରଭାବ ପିଡ଼ୁଛି । ଅଧିକ ପଢ଼ନ୍ତୁ

Due to mining Koraput hill areas Losing their beauty

author img

By ETV Bharat Odisha Team

Published : Dec 12, 2023, 10:04 PM IST

Due to mining Koraput hill areas Losing their beauty

କୋରାପୁଟ: କୁଳୁକୁଳୁ ନାଦ କରି ଝରଝର ହୋଇ ପର୍ବତମାଳାର ଶିଖରରୁ ବୋହି ଯାଉଥିବା ଝରଣାର ମନୋରମ ଦୃଶ୍ୟ । ଏହାସହ ସବୁଜ ବନାନୀ ଓ ପାହାଡ଼ ପର୍ବତର ଶୋଭାରାଜିରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ସବୁଜ ଘେରା ସୁନ୍ଦର ପାହାଡ଼ର ନୀରବ ନୃତ୍ୟ ଆକୃଷ୍ଟ କରିଥାଏ ପର୍ଯ୍ୟଟକଙ୍କୁ । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ପାଇଁ ଶୀତଋତୁ ଆସିଲେ ପ୍ରାକୃତିପ୍ରେମୀଙ୍କ ଭିଡ଼ଜମେ । ପାହାଡ଼ ପର୍ବତର ସୌନ୍ଦର୍ଯ୍ୟକୁ ନେଇ ସ୍ବତନ୍ତ୍ର ପରିଚୟ ପାଇଛି କୋରାପୁଟ । ହେଲେ ଧିରେ ଧିରେ ପାହାଡ ଓ ଜଙ୍ଗଲ କ୍ଷୟ ହେବାକୁ ବସିଥିବା ବେଳେ ସୁନ୍ଦରତା ହଜାଇବାକୁ ବସିଛି କୋରାପୁଟ ।

ତେବେ ଯେଉଁଠି ପାହାଡ଼ ଜଙ୍ଗଲ ଥାଏ ସେଠାରେ ଗଢ଼ି ଉଠିଥାଏ ଜନଜାତିର ଗାଁ । କୋରାପୁଟ ଅଞ୍ଚଳର ପାହାଡ଼ ପର୍ବତରେ ଖଣି ଖନନର ଭୟ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ପାହାଡ଼ ଓ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି ଆଦିବାସୀ । କିନ୍ତୁ ଦିନକୁ ଦିନ ଖଣି ଖନନ ଓ ଜଙ୍ଗଲ କ୍ଷୟ ଦେଉଥିବା ବେଳେ ଆଦିବାସୀଙ୍କ ରୋଜଗାରର ପନ୍ଥା ଠପ ଦେବାକୁ ବସିଛି । ଜିଲ୍ଲାର ଆଦିବାସୀଙ୍କ ଜୀବନ ଯାତ୍ରା ଓ ପର୍ବପର୍ବାଣି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଥିବା ଯୋଗୁଁ ପାହାଡ଼ ବଞ୍ଚିଲେ ଆଦିବାସୀ ବଞ୍ଚିବ ଓ ଆଦିବାସୀ ବଞ୍ଚିଲେ ବିଶ୍ବ ବଞ୍ଚିବ ବୋଲି କୋରାପୁଟ ପରଜା ସମାଜ କହିଛି ।

ପାହାଡ଼ ପର୍ବତ କୋରାପୁଟ ଏବଂ କୋରାପୁଟ ଅଧିବାସୀଙ୍କ ପରିଚୟ ସହିତ ଜଡିତ ହୋଇ ରହିଛି । ଏଠାକାର ଆଦିବାସୀ ପାହାଡ଼ ପର୍ବତରୁ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ପାହାଡ଼ରୁ ଝରିଆସୁଥିବା ଚିରନ୍ତନି ଝରଣାରୁ ଝରି ଆସୁଥିବା ପାଣିକୁ ବ୍ୟବହାର କରି ବିଭିନ୍ନ ଫସଲ ଅମଳ କରିଥାନ୍ତି । ଇଂରେଜଙ୍କ ଶାସନ ସମୟରୁ କୋରାପୁଟର ପାହାଡ଼ ସମସ୍ତଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଛି ବୋଲି କୋରାପୁଟ ବନ ବିଭାଗର ଆସିଷ୍ଟାଣ୍ଟ କଞ୍ଜରଭେଟର ଶୁଭଦର୍ଶନୀ ମହାନ୍ତି ମତ ରଖିଛନ୍ତି । କୋରାପୁଟର ପାହାଡ଼ ଗୁଡିକରେ ହୋଇଥିବା ଅବକ୍ଷୟକୁ ନିୟନ୍ତ୍ରଣ କରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଜନ ସହଯୋଗରେ କୋରାପୁଟର ଜୈବ ବିବିଧତାକୁ ସୁରକ୍ଷା ପ୍ରଦାନ କରିହେବ ବୋଲି ଆଶା ପୋଷଣ କରିଛନ୍ତି ।

ତେବେ କୋରାପୁଟକୁ ଇଂରେଜମାନେ ଏକ ହିଲ ଷ୍ଟେସନ ଭାବେ ଗୁରୁତ୍ୱ ଦେବା ସହ କୋରାପୁଟ ସହରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ସର୍କିଟ ହାଉସକୁ ଛୋଟ ବଡ ପାହାଡିଆ ଟାପୁରେ ନିର୍ମାଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କୋରାପୁଟ ସହରରେ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର, ରେଳବାଇର ଶିବ ମନ୍ଦିର, ରେଳବାଇ ଗେଷ୍ଟ ହାଉସ ଭଳି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତି ପାହାଡ ଟାପୁରେ ସ୍ଥାପିତ ହୋଇ କୋରାପୁଟ ସହରର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ଉଠିଛି । ତେବେ କୋରାପୁଟରେ ପାହାଡ ପର୍ବତ ବୃକ୍ଷ ଶୁନ୍ୟ ହେବା ସହିତ ବକ୍ସାଇଟରେ ଭରି ପଡିଥିବା ବିଭିନ୍ନ ପର୍ବତରେ ଖଣି ଖନନ ବୃଦ୍ଧି ପାଉଥିବା ଯୋଗୁଁ ଯେଉଁ ପାହାଡ଼ ପର୍ବତକୁ ନେଇ କୋରାପୁଟ ତାର ସ୍ୱତନ୍ତ୍ର ପରିଚୟ ପାଇଛି ସେହି ପାହାଡର ଅସ୍ତିତ୍ବକୁ ନେଇ ଚିନ୍ତା ବଢି ଚାଲିଥିବା ପରିବେଶବିତମାନେ ମତ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ପାହାଡ କୋଳରେ ଲୁଚକାଳି ଖେଳୁଛି ବର୍ଷା ରାଣୀ ! ଥରେ କୋଟିଆର ସୌନ୍ଦର୍ଯ୍ୟ ଦେଖିଲେ ଲାଖିଯିବ ଆଖି

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ମୁଖ୍ୟ ଶରତ କୁମାର ପାଲିତା କହିଛନ୍ତି, "କୋରାପୁଟ ଅଞ୍ଚଳରେ ପାହାଡ଼ ପର୍ବତ ଜୈବ ବିବିଧତାକୁ ସମ୍ମାନ ଓ ସୁରକ୍ଷା ଯୋଗାଇ ବିକାଶର ଧାରା ପ୍ରବର୍ତ୍ତନ ହେବା ଦରକାର ।"

ଦେଓମାଳିର ସୁଉଚ୍ଚ ଶୃଙ୍ଗ, ନନ୍ଦପୁର ନିକଟର ପାହାଡ଼ରୁ ଝରି ଆସୁଥିବା ରାଣୀ ଡୁଡୁମା ଜଳ ପ୍ରପାତ, ମାଛକୁଣ୍ଡ ଜଳ ପ୍ରପାତ ହେଉ ବା ଗୁପ୍ତେଶ୍ଵରର ପାହାଡ଼ି ଗୁମ୍ଫାର ଆନନ୍ଦକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ସେଗୁଡିକର ଆଧାର ଭାବେ ରହିଥିବା ପର୍ବତ ଗୁଡିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଶପଥ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ପାଲିତା ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.