ETV Bharat / state

ଜିଲ୍ଲା ପରିଷଦ ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ଓ ବିଜେପି ପ୍ରାର୍ଥୀ - jilla parishad election

କୋରାପୁଟର ଦଶମନ୍ତପୁର ଓ ପଟାଙ୍ଗୀ ବ୍ଲକର ଗୋଟିଏ ଲେଖାଁଏ ଜିଲ୍ଲା ପରିଷଦ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ଓ ବିଜେଡି ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରି ସାରିଛନ୍ତି।

ଜିଲ୍ଲା ପରିଷଦ ଉପନିର୍ବାଚନ, ନାମାଙ୍କନ ଭରିଲେ ବିଜେଡି ଓ ବିଜେପି ପ୍ରାର୍ଥୀ
author img

By

Published : Nov 2, 2019, 7:40 PM IST

କୋରାପୁଟ: ଜିଲ୍ଲାର ଦଶମନ୍ତପୁର ଓ ପଟ୍ଟାଙ୍ଗୀ ବ୍ଲକର ଗୋଟିଏ ଲେଖାଁଏ ଜିଲ୍ଲା ପରିଷଦ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନର ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପକ୍ରିୟା । ଶନିବାର ବିଜେଡି ଓ ବିଜେପି ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ, ନିଜର ନାମାଙ୍କନ ଦାଖଲ କରିଥିଲେ।

ଜିଲ୍ଲା ପରିଷଦ ଉପନିର୍ବାଚନ, ନାମାଙ୍କନ ଭରିଲେ ବିଜେଡି ଓ ବିଜେପି ପ୍ରାର୍ଥୀ

ବର୍ତ୍ତମାନ ଜିଲ୍ଲା ପରିଷଦର ୨୭ଟି ଆସନ ମଧ୍ୟରୁ ବିଜେଡିର ୨୧ ଜଣ ସଦସ୍ୟ ଥିବାବେଳେ କଂଗ୍ରେସର ୫ ଜଣ ଓ ବିଜେପିର ଜଣେ ସଦସ୍ୟ ଅଛନ୍ତି। ଜିଲ୍ଲା ପରିଷଦର ମୋଟ 29 ଜଣ ସଦସ୍ୟଙ୍କ ମଧ୍ୟରୁ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟ ଡୁମୁରି ଖିଲଙ୍କ ଦେହାନ୍ତ ଓ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଦଶମନ୍ତପୁରରୁ ପ୍ରତିନିଧିତ୍ବ କରୁଥିବା ପ୍ରଭୁ ଜାନୀ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ଦୁଇଟି ଆସନ ଖାଲି ପଡିଛି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ସ୍ଲଗ- କୌଣସି ଅନୁଷ୍ଠାନରେ ଦୁର୍ନୀତି ଅଭିଯୋଗ ହେଲେ ଲୋକାୟୁକ୍ତଙ୍କୁ ଜଣାନ୍ତୁ- ଜଷ୍ଟିସ ଅଜିତ ସିଂହ

Body:ଦେଶରେ ବର୍ତ୍ତମାନ ଦୁର୍ନୀତିର ମାତ୍ରା ବଢି ଚାଲିଛି । ସାରା ବିଶ୍ୱରେ ସମସ୍ତ ରାଷ୍ଟ୍ର ତୁଳନାରେ ଭାରତର ହାର ବଢିଛି । ଏହି ଦୁର୍ନୀତି ନିରାକରଣ ପାଇଁ ଭାରତରେ ଲୋକପାଳ ଆଇନ ପ୍ରଣୟନ କରାଯାଇଛି । ସେହିପରି ସବୁ ରାଜ୍ୟରେ ଲୋକାୟୁକ୍ତ ଗଠନ କରାଯାଇଛି । ଏହି ଲୋକାୟୁକ୍ତ କାର୍ଯ୍ୟ ନେଇ ଜନସାଧାରଣ କିପରି ଅବଗତ ହେବେ ସେନେଇ ସବୁ ଜିଲ୍ଲାରେ ସଚେତନତା କ୍ୟାମ୍ପମାନ ଅନୁଷ୍ଠିତ କରାଯାଉଛି । ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ନଗର ଭବନ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଲୋକାୟୁକ୍ତ ର ଅଧକ୍ଷଙ୍କ ସହ ଚାରିଜଣ ସଦସ୍ୟ ଉପସ୍ଥିତ ରହି ଲୋକାୟୁକ୍ତ ବିଷୟରେ ଆଲୋଚନା କରିଥିଲେ । କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ବିରୋଧରେ ଦୁର୍ନୀତି ଅଭିଯୋଗ ହେଉଛି ତୁରନ୍ତ ଲୋକାୟୁକ୍ତଙ୍କୁ ଜଣାନ୍ତ ବୋଲି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଲୋକାୟୁକ୍ତ ଅଧକ୍ଷ ଜଷ୍ଟିସ ଅଜିତ ସିଂ ପ୍ରକାଶ କରିଛନ୍ତି । ଲୋକାୟୁକ୍ତ ସଦସ୍ୟ ଆର ପି ଶର୍ମା ଯୋଗଦେଇ ସମସ୍ତ ନାଗରିକ ସଚ୍ଚୋଟ ପଥରେ ଚାଲିଲେ ଦୁର୍ନୀତି ଦେଶରେ ହଟି ପାରିବ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ସଦସ୍ୟ ବି କେ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମସ୍ତ କର୍ମଚାରୀ ବର୍ଷକୁ ଥରେ ଦୁର୍ନୀତି ବିରୋଧରେ ଖାଲି ଶପଥ ନନେଇ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ଏହା ସହ ନିଜକୁ ଜାତୀୟତାବାଦ ସହ ଯୋଡିଲେ ଦେଶର ପ୍ରଗତି ସମ୍ଭବ ବୋଲ ପ୍ରକାଶ କରିଥିଲେ । ଅନ୍ୟତମ ସଦସ୍ୟ ଦେଵବ୍ରତ ସ୍ୱାଇଁ ଯୋଗଦେଇ ଯେକୌଣସି ସାଧାରଣ ନାଗରିକ ଦୁର୍ନୀତି ବିରୁଦ୍ଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ଦୋୖରାଜଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ମଞ୍ଚାସିନ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ସାମାଜିକ କାର୍ଯ୍ୟକର୍ତା, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମପରେ ଲୋକାୟୁକ୍ତ ସଦସ୍ୟ ମାନେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଭିନ୍ନ ପ୍ରଶ୍ନ ର ଜବାବ ଦେଇଥିଲେ ।

ବାଇଟ- ବି କେ ନାଏକ ( ସଦସ୍ୟ, ଲୋକାୟୁକ୍ତ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.