ETV Bharat / state

ବନ୍ଦ ଲଫାପା ଖୋଲିଲା : କେସିସି ବ୍ୟାଙ୍କ ଅଧ୍ୟକ୍ଷ ହେଲେ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ

author img

By

Published : Nov 9, 2022, 10:43 PM IST

ବନ୍ଦ ଲଫାପା ଖୋଲିଲା । କେସିସି ବ୍ୟାଙ୍କ ଅଧ୍ୟକ୍ଷ ହେଲେ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ । ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ହେଲେ କେସିସି ବ୍ୟାଙ୍କର ନୂତନ ସଭାପତି । ଏହି ପଦବୀ ପାଇଁ ବିଜେଡିର ୪ ଜଣ ଆଶାୟୀ ପ୍ରାର୍ଥୀ ଥିଲେ । ଅଧିକ ପଢ଼ନ୍ତୁ

କେସିସି ବ୍ୟାଙ୍କ ଅଧ୍ୟକ୍ଷ ହେଲେ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ

କୋରାପୁଟ : ବନ୍ଦ ଲଫାପା ଖୋଲିଲା । କେସିସି ବ୍ୟାଙ୍କ ଅଧ୍ୟକ୍ଷ ହେଲେ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ । ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ହେଲେ କୋରାପୁଟ ସେଣ୍ଟ୍ରାଲ କୋପେରେଟିଭ ବ୍ୟାଙ୍କ(KCC Bank in Koraput)ର ନୂତନ ଅଧ୍ୟକ୍ଷ ।

କେସିସି ବ୍ୟାଙ୍କର ନୂତନ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଜେଡିର ୪ ଜଣ ଆଶାୟୀ ପ୍ରାର୍ଥୀ ଥିଲେ । ତେବେ ଜଣଙ୍କୁ ସର୍ବସମ୍ମତି କ୍ରମେ ଚୟନ କରିବା ନିମନ୍ତେ ଦଳ ପକ୍ଷରୁ ସ୍ଥିର କରାଯାଇଥିଲା । ଏଥିନମନ୍ତେ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ବିଜେଡି ଦଳର ପ୍ରଭାରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଦାୟିତ୍ବ ଦେଇଥିଲା ଦଳ । ମଙ୍ଗଳବାର ବିଜେଡି ଦଳର ପ୍ରଭାରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କୋରାପୁଟ ଗସ୍ତରେ ଆସି ବ୍ୟାଙ୍କର ସମସ୍ତ ବୋର୍ଡ ମେମ୍ବରଙ୍କ ସହ ବୈଠକ କରିଥିଲେ । ଏହାପରେ ଆଜି କ୍ୟାପଟେନ ଦିବ୍ୟଶଙ୍କର ସାଙ୍ଗରେ ଆଣିଥିବା ବନ୍ଦ ଲାଫାପାକୁ ସମସ୍ତଙ୍କ ସାମ୍ନାରେ ଖୋଲିଥିଲେ । ଏହି ବନ୍ଦ ଲଫାପାରେ ଦଳର ହାଇକମାଣ୍ଡଙ୍କ ଅନୁମୋଦନ ଥିବା ବ୍ୟକ୍ତିଙ୍କ ନାଁ ରହିଥିଲା । ଲଫାପାରେ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ନାଁ ରହିଥିଲା । ଏହା ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ହୋଇଥିବାରୁ ସମସ୍ତେ ଆଶାୟୀ ପ୍ରାର୍ଥୀ ଏହାକୁ ମାନିନେଇଥିଲେ । ଏଥିଯୋଗୁଁ ଏହି ପଦବୀ ପାଇଁ ଆଉ ନିର୍ବାଚନ କରିବାର ଆବଶ୍ୟକତା ପଡ଼ିନଥିଲା ।

ଏହାମଧ୍ୟ ପଢ଼ନ୍ତୁ: କିଏ ହେବ କେସିସି ବ୍ୟାଙ୍କ ଅଧ୍ୟକ୍ଷ! ଆଜି ଖୋଲିବ ବନ୍ଦ ଲଫାପା

ଏ ସମ୍ପର୍କରେ କେସିସି ବ୍ୟାଙ୍କର ନୂତନ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ''ରାଜ୍ୟ ସଭାପତିଙ୍କୁ ମୁଁ ଧନ୍ୟବାଦ ଦେଉଛି । ଏହାସହ ଯେଉଁମାନେ ମୋତେ ଆଜି ସଭାପତି ଭାବେ ଏଠାରେ ନିର୍ବାଚିତ କରିବା ପାଇଁ ସହଯୋଗ କଲେ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ତେବେ କେସିସି ବ୍ୟାଙ୍କର ଯେଉଁ ଉଦ୍ଦେଶ୍ୟ ରହିଛି ଚାଷୀଙ୍କର ଯେଉଁ ବିକାଶ ପାଇଁ ଆମେ ନିଶ୍ଚିନ୍ତ ଭାବରେ ମିଳିତ ଭାବରେ କାର୍ଯ୍ୟ କରିବା । କେସିସି ବ୍ୟାଙ୍କର ଉଦ୍ଦେଶ୍ୟ ସାଧନ କରି କିପରି ଚାଷୀ ଓ ମହିଳା ଏସଏଚଜି ଗୃପ ଗୁଡ଼ିକର ସଶକ୍ତିକରଣ କରାଯାଇପାରିବ ସେ ସଂକ୍ରାନ୍ତରେ ଉଚିତ୍ ପଦକ୍ଷେପ ନିଆଯିବ ।

ଏହାଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେଉଁ ୮୦ ଭାଗ ଚାଷୀ ଅଛନ୍ତି ସେମାନେ ଉପକୃତ ହୋଇପାରିବେ । ଖାଲିସେତିକି ନୁହେଁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ କିପରି ଋଣ ମିଳିବ ସେଥିପାଇଁ ମଧ୍ୟ ଆଲୋଚନା ହୋଇଛି । ସେହିପରି ଏସଏଚଜି ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ତାଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । ଏହିଭଳି ବିଭିନ୍ନ ପ୍ରକାର ଯୋଜନା ରାଜ୍ୟ ସରକାରଙ୍କର ରହିଛି । ଏହାବାଦ ବ୍ୟାଙ୍କର ଭୋଟ ଉପରେ ଆମେ ନିଷ୍ପତ୍ତି ନେବୁ ।''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.