ETV Bharat / state

73ତମ ସ୍ବାଧୀନତା ଦିବସରେ ଉତ୍ସବମୁଖର ଓଡିଶା, ଫରଫର ହୋଇ ଉଡୁଛି ତ୍ରିରଙ୍ଗା - 73RD INDEPENDENCE DAY

ଦେଶ ପାଳୁଛି 73ତମ ସ୍ବାଧୀନତା ଦିବସ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜାତୀୟ ପତାକା ଆଗରେ ମୁଣ୍ଡ ନୁଆଁଇ ଦେଶ ତଥା ଜାତି ପାଇଁ ବଳିଦାନ ଦେଇଥିବା ବୀର ପୁରୁଷଙ୍କୁ ମନେ ପକାଇଛନ୍ତି । ଏହି ଅବସରରେ ସାରା ଓଡିଶାରେ ଜାତୀୟ ସଙ୍ଗୀତରେ କମ୍ପୁଥିଲା ଓ ସମ୍ମାନର ସହ ଉଡିଥିଲା ତ୍ରିରଙ୍ଗା ଧ୍ବଜା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି
author img

By

Published : Aug 15, 2019, 2:39 PM IST

Updated : Aug 15, 2019, 3:22 PM IST

କଟକ: 1947 ମସିହା ଅଗଷ୍ଟ 15 । ଆଜକୁ ଠିକ୍ 73 ବର୍ଷ ତଳେ ଦେଶର କିଛି ମହାନ ଓ ବୀର ପୁରୁଷଙ୍କ ପାଇଁ ଆମ ଦେଶ ପାଇଥିଲା ଗୋରା ସରକାରଙ୍କଠୁ ମୁକ୍ତି । ଆଜିର ଏହି ମହାନ ଦିନକୁ ମନେପକାଇ ଦିଲ୍ଲୀର ଲାଲକିଲ୍ଲା ଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ରାଜ୍ୟରେ ଉଡୁଛି ଆମ ଜାତୀୟ ତ୍ରିରଙ୍ଗା ପତାକା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜାତୀୟ ପତାକା ଆଗରେ ମୁଣ୍ଡ ନୁଆଁଇ ଦେଶ ତଥା ଜାତି ପାଇଁ ବଳିଦାନ ଦେଇଥିବା ବୀର ପୁରୁଷଙ୍କୁ ମନେ ପକାଇଛନ୍ତି ।

ଏହି ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତରେ କମ୍ପିଲା ସମ୍ପୂର୍ଣ୍ଣ ଷ୍ଟାଡିୟମ । ମହାନ ଜାତୀୟ ସଙ୍ଗୀତରେ ଝୁମିଥିଲେ ଆବାଳବୃଦ୍ଧବନିତା । ସହରବାସୀଙ୍କୁ ସ୍ବାଧୀନତା ଦିବସର ଉଦବୋଧନ ଦେଇ ପ୍ୟାରେଡରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ମନ୍ତ୍ରୀ ।

ପୁରୀ, ବ୍ରହ୍ମଗିରିରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । ପୁରୀରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ମଧ୍ୟ ଏହି ମହାନ ଦିବସ ଅବସରରେ ପୁରସ୍କୃତ କରାଯାଇଥିଲା । ସେହିପରି ବ୍ରହ୍ମଗିରି ଅଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ବ୍ରହ୍ମଗିରି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଉଡିଛି ତ୍ରିରଙ୍ଗା । ନୂତନ ଭାବେ ବିଧାୟକ ହୋଇଥିବା ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏକାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ । ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ବ୍ରହ୍ମଗିରି ଗଢିବା ତୋଳିବାକୁ ସେ ଆହ୍ବାନ ଦେଇଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି

ନୟାଗଡ ଜିଲ୍ଲା ପିଟିସ ପଡିଆରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ନୟାଗଡ଼ ଅଧିବାସୀଙ୍କ ସୁଖ, ସମୃଦ୍ଧି କାମନା କରିବା ସହ ଶହୀଦ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ ଜିଲ୍ଲାରେ ଆୟୋଜିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ବିବରଣୀ ଦେବା ସହ 5T ନୀତି ମାଧ୍ୟମରେ ରାଜ୍ୟରେ ସ୍ବଚ୍ଛ ଓ ନିର୍ମଳ ଶାସନ ଆସିବ ବୋଲି ନିଜ ଆଶା ବ୍ୟକ୍ତ କରିଥିଲେ । ସାରା ଜିଲ୍ଲାରେ ଧାନ ସଂରକ୍ଷଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କମଳା ପୂଜାରୀଙ୍କୁ ଜାତୀୟ ପତାକା ତଳେ ସମ୍ବର୍ଦ୍ଧିତ କରାଯାଇଥିଲା । ଯାହା ବେଶ ସମ୍ମାନଜନକ ଓ ହୃଦୟସ୍ପର୍ଶୀ ଥିଲା ।

ବାଲେଶ୍ବର ଜିଲ୍ଲାର ରିଜର୍ଭ ପଡିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମତେ ବାଲେଶ୍ବର ଏସପି, ଜିଲ୍ଲାପାଳ, ପୂର୍ବାଞ୍ଚଳ ଡିଆଇଜି ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବାରିପଦାସ୍ଥିତ ପୋଲିସ ପଡିଆରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସେହିଭଳି ଝାରସୁଗୁଡା ମନମୋହନ ଖେଳ ପଡିଆରେ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜିଲ୍ଲା କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି ବୋଲି ନିଜ ଅଭିଭାଷଣରେ କହିଥିଲେ । ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ 5 ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ବର୍ଦ୍ଧିତ କରିଥିଲେ ।

ତେବେ ଯାଜପୁରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, କେନ୍ଦ୍ରାପଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମ୍ବଲପୁରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କେନ୍ଦୁଝରରେ ଅନୁସୂଚିତ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଅନୁଗୋଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଳାହାଣ୍ଡିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, କନ୍ଧମାଳରେ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ନବରଙ୍ଗପୁରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ପାରଳାଖେମୁଣ୍ଡିରେ ସୂଚନା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧରେ ଜିଲ୍ଲାପାଳ ଲାଲଟେନ୍ଦୁ ମିଶ୍ର, ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି ଆଓ, ଭଦ୍ରକରେ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ, ଆନନ୍ଦପୁରରେ ଉପଜିଲ୍ଲାପାଳ ରବୀନ୍ଦ୍ର ସାହୁ, ସୁବର୍ଣ୍ଣପୁରରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ରାଇରଙ୍ଗପୁରରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭଦ୍ରକରେ ସେନାର 45 ଟ୍ରୁପ, ଅନୁଗୋଳରେ 43, ରାୟଗଡାରେ 44, ବ୍ରହ୍ମପୁରରେ 40, ସମ୍ବଲପୁରରେ 32, ମୟୂରଭଞ୍ଜରେ 49, ବାଲେଶ୍ବରରେ 52, ରାଇରଙ୍ଗପୁରେ 34ଟି ଟିମ ଭାଗ ନେଇ ପରେଡ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ତେବେ ସାରା ରାଜ୍ୟରେ ବେଶ ଧୁମଧାମରେ ସ୍ବାଧୀନତା ଦିବସ ପାଳନ କରାଯାଉଥିବାବେଳେ ନକ୍ସଲପନ୍ଥୀଙ୍କ ଧମକ ଓ କଳା ଦିବସ ପାଳନ ସତ୍ତ୍ବେ ମାଲକାନଗିରି ଜିଲ୍ଲାରେ ପୋଲିସର କଡା ସୁରକ୍ଷା ବଳୟରେ ସ୍ବାଧୀନତା ଦିବସ ପାଳନ କରାଯାଇଛି । ରାଜ୍ୟର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ ପ୍ରତିକୂଳ ପାଗ ସତ୍ତ୍ବେ ଜାତି ଉଦ୍ଦେଶ୍ୟରେ ସମର୍ପିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପଛୁଆ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର ବିକାଶ ପାଇଁ ସେ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ନିଜ ଅଭିଭାବଷଣରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 15, 2019, 3:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.