କୋରାପୁଟ: ବେଆଇନ ଭାବେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ 4 ଗିରଫ । କୋରାପୁଟ ସଦର ପୋଲିସ 4ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ପାଇକ ଫୁଲବେଡା ପଞ୍ଚାୟତର ଓଡପୁର ଗାଁର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଏମାନେ ଦେଶୀ ବନ୍ଧୁକକୁ ହାତରେ ଧରି ରାସ୍ତାରେ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ଅଟକାଇ ଥିଲା । ବନ୍ଧୁକର ଲାଇସେନ୍ସ ନଥିବା ଜାଣିପାରି ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ମାନେ ଶିକାର ଉଦ୍ଦେଶ୍ୟରେ ଯାଉଥିବା ଜାଣିବାକୁ ପାଇଛି ପୋଲିସ ।
କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ