ETV Bharat / state

ଖଣି ଲଢେଇରେ ଲୋକଙ୍କ ସହିତ ଅଛି, ପଟ୍ଟାଙ୍ଗି ବିଧାୟକ

author img

By

Published : Jan 7, 2020, 2:23 AM IST

ନାଲକୋ ଦ୍ବାରା ପଟ୍ଟାଙ୍ଗି ନିକଟ ସେରୁବନ୍ଧ ଖଣି ଲିଜ ପ୍ରଦାନ ସମ୍ପର୍କରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ କଥିତ ରୂପେ ଦେଇଥିବା ବିବାଦୀୟ ବୟାନକୁ ନେଇ ଝଡ ଦେଖାଦେଇଥିଲା । ଏବେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବିଧାୟକ । ଅଧିକ ପଢନ୍ତୁ...

Mla Pitam Padhi
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: କିଛି ଦିନ ପୂର୍ବେ ନାଲକୋରେ ଆୟୋଜିତ ଏକ ସଭାରେ ନାଲକୋ ଦ୍ବାରା ପଟ୍ଟାଙ୍ଗି ନିକଟ ସେରୁବନ୍ଧ ଖଣି ଲିଜ ପ୍ରଦାନ ସମ୍ପର୍କରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ କଥିତ ରୂପେ ଦେଇଥିବା ବିବାଦୀୟ ବୟାନକୁ ନେଇ ଝଡ ଦେଖାଦେଇଥିଲା । ଏବେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବିଧାୟକ । ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାବରେ ଖଣି ଲଢେଇରେ ଲୋକଙ୍କ ସହିତ ରହିଥିବା କଥା କହିଛନ୍ତି ।

ଖଣି ଲଢେଇରେ ଲୋକଙ୍କ ସହିତ ଅଛି, ପିତମ ପାଢ଼ୀ

ସୋମବାର ସେମିକିଗୁଡା ପ୍ରେସ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପିତମ ପାଢ଼ୀ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । ନାଲକୋ ସଭାରେ ସେ କିଛି ଖବରକାଗଜରେ ନାଲକୋକୁ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଦେବା ପାଇଁ ଲୋକେ ସମର୍ଥନ କରିଥିବା ନେଇ ପ୍ରକାଶ ପାଇଥିବା ଖବରକୁ ଆଧାର କରି ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ ବୋଲି କହିଛନ୍ତି । ଏଥିରେ ସେ ଲୋକଙ୍କ ସହିତ ରହିଛନ୍ତି ଓ ଯଦି ଲୋକେ ଖଣି ଖନନକୁ ବିରୋଧ କରୁଛନ୍ତି ତେବେ ସେ ମଧ୍ୟ ସେମାନଙ୍କ ଭଳି ବିରୋଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ବିଧାୟକଙ୍କ ବୟାନରେ ନାଲକୋ କୁ ସମର୍ଥନ କରୁଥିବା ନେଇ ସ୍ଥାନୀୟ ଲୋକେ ତାଙ୍କ ବୟାନକୁ ବିରୋଧ କରି ପଟ୍ଟାଙ୍ଗି ଠାରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏବେ ବିଧାୟକ ଲୋକଙ୍କ ସହିତ ଥିବା ନେଇ ସାମ୍ବାାଦିକ ସମ୍ମିଳନୀରେ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାରା, ଇଟିଭି ଭାରତ

Intro:ଗତ କିଛିଦିନ ପୂର୍ବେ ନାଲକୋ ରେ ଆୟୋଜିତ ଏକ ସଭାରେ ନାଲକୋ ଦ୍ୱାରା ପଟ୍ଟାଙ୍ଗି ନିକଟର ସେରୁବନ୍ଧ ଖଣିକୁ ଲିଜ ପ୍ରଦାନ ସମ୍ପର୍କରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ଙ୍କ କଥିତରୂପେ ଦେଇଥିବା ବିବାଦୀୟ ବୟାନ କୁ ନେଇ ଝଡ ଦେଖାଦେଇଥିଲା ।Body:ତାଙ୍କ ବୟାନକୁ ନାଲକୋ କୁ ସମର୍ଥନ କଲାଭଳି ମଣିଥିବା ଜନସାଧାରଣଙ୍କ ଦ୍ୱାରା ଏହି ବୟାନକୁ ବିରୋଧ କରି ପଟ୍ଟାଙ୍ଗି ଠାରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ତେବେ ଆଜି ସେମିକିଗୁଡା ପ୍ରେସ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । ନାଲକୋ ର ସଭାରେ ସେ କିଛି ଖବରକାଗଜରେ ନାଲକୋ କୁ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଦେବା ପାଇଁ ଲୋକେ ସମର୍ଥନ କରିଥିବା ନେଇ ପ୍ରକାଶ ପାଇଥିବା ଖବରକୁ ଆଧାର କରି ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ସେ ଲୋକଙ୍କ ସହିତ ରହିଛନ୍ତି ଓ ଯଦି ଲୋକେ ଖଣି ଖନନକୁ ବିରୋଧ କରୁଛନ୍ତି ତେବେ ସେ ମଧ୍ୟ ସେମାନଙ୍କ ଭଳି ବିରୋଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି । Conclusion:ବାଇଟ : ପିତମ ପାଢ଼ୀ ,ପଟ୍ଟାଙ୍ଗି ବିଧାୟକ
.......
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.