ETV Bharat / state

57 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

author img

By

Published : Dec 6, 2019, 2:26 PM IST

କୋରାପୁଟ ପୋଲିସ ପଡିଆରେ ଏବଂ ଝାରସୁଗୁଡ଼ା ସହ ବିଭିନ୍ନ ଜିଲ୍ଲାରେ ପାଳିତ ହୋଇଯାଇଛି 57 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ।

Home guard day celebration
57 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

କୋରାପୁଟ/ଝାରସୁଗୁଡ଼ା: କୋରାପୁଟ ପୋଲିସ ପଡିଆରେ 57 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ଗୃହରକ୍ଷୀଙ୍କ ଅଭିବାଦନ ଗ୍ରହଣ କରିଛନ୍ତି । ଏହାସହ ଜିଲ୍ଲାରେ ସାଧାରଣ ସୁରକ୍ଷା ଠାରୁ ମାଓ ଦମନ ଭଳି ଜଟିଳ ଅଭିଯାନରେ ଗୃହରକ୍ଷୀ ବାହିନୀର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଭୂୟଶୀ ପ୍ରଶଂଶା କରିଛନ୍ତି ।

57 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ 23 ଜଣ ଗୃହରକ୍ଷୀଙ୍କୁ ଶ୍ରୀ ଭାମୂଙ୍କ ଦ୍ବରା ସମ୍ମାନିତ କରାଯାଇଥିଲା । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ସିଭିଲ ଡିଫେନ୍ସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସେପଟେ ଝାରସୁଗୁଡ଼ା ଜିଲ୍ଲା ଅମଲିପାଲି ପଡିଆରେ ମଧ୍ୟ ପାଳିତ ହୋଇଯାଇଛ ୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ । ଝାରସୁଗୁଡ଼ା ଏସପି ଅଶ୍ବିନୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଗୃହରକ୍ଷୀ ସବୁ କ୍ଷେତ୍ରରେ ବେଶ୍ ପାରଦର୍ଶିତାର ସହ କାର୍ଯ୍ୟ କରୁଛନ୍ତି । ପୋଲିସ ବିଭାଗ ସହ ସମନ୍ଵୟ ରଖି ଆଭ୍ୟନ୍ତରଣୀୟ ସୁରକ୍ଷାକୁ ଗୁରୁଦାୟିତ୍ଵ ବହନ କରିଥିବାରୁ ମୁଖ୍ୟ ଅତିଥି ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ବ୍ରହ୍ମପୁର:
ବ୍ରହ୍ମପୁର ସହରରେ ୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସହରର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ୍ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗ ଦେଇ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟରେ ଗୃହରକ୍ଷୀଙ୍କ ପ୍ରଶଂସା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତାକୁ ପାଠ କରାଯାଇଥିଲା । ଏଥିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ସମେତ ବ୍ରହ୍ମପୁର ପୋଲିସ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତିନି ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଯାଜପୁର:
ଯାଜପୁର ପାଣିକୋଇଲିସ୍ଥିତ ଜିଲ୍ଲା ପୋଲିସ ପଡିଆରେ 57ତମ ଗୃହରକ୍ଷୀ ଦିବସ ତଥା ବେସାମରିକ ପ୍ରତିରକ୍ଷା ବାହିନୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗୃହରକ୍ଷୀଙ୍କ ପକ୍ଷରୁ ଆୟୋଜିତ ଏକ ପ୍ୟାରେଡରେ ଏସପି ଚରଣ ସିଂ ମୀନା ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୃହରକ୍ଷୀ ମାନଙ୍କ ଦ୍ବାରା ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସପି ମୀନା ସେମାନଙ୍କର ପ୍ରଶଂସା କରିଥିଲେ । ଏହି ଅବସରରେ ଏସପି ଓଡିଶାର ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ସଚିବଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସନ୍ଦେଶ ପାଠ କରିଥିଲେ ।

ଦେବଗଡ଼:
ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଦେବଗଡ଼ ଜିଲ୍ଲା ଗୃହରକ୍ଷୀ ବାହିନୀ ପକ୍ଷରୁ ୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗଦେଇ ଗୃହରକ୍ଷୀ ବାହିନୀ ପକ୍ଷରୁ ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିସହିତ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ । ପ୍ରାକୃତିକ ଦୁର୍ବିପାକ ଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା କ୍ଷେତ୍ରରେ ଗୃହରକ୍ଷୀ ବାହିନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଆଗାମୀ ଦିନରେ ଏହି ବାହିନୀ ନିଜ ପ୍ରତିବଦ୍ଧତା ବିଜୟୀ ରଖିବାକୁ ମୁଖ୍ୟ ଅତିଥି ଶ୍ରୀ ଜୈନ ଉପସ୍ଥିତ ଗୃହରକ୍ଷୀ ଙ୍କୁ ନିବେଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:କୋରାପୁଟ ପୋଲିସ ପଡିଆ ରେ ଆଜି 57 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । Body:ଏହି ଅବସରରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ଗୃହରକ୍ଷୀଙ୍କ ଅଭିବାଦନ ଗ୍ରହଣ କରିବା ସହ ଜିଲ୍ଲାରେ ସାଧାରଣ ସୁରକ୍ଷା ଠାରୁ ମାଓ ଦମନ ଭଳି ଜଟିଳ ଅଭିଯାନରେ ଗୃହରକ୍ଷୀ ବାହିନୀର ଗୁରୁତ୍ୱପୂର୍ଣ ଭୂମିକାର ଭୁୟଶୀ ପ୍ରଶଂଶା କରିଥିଲେ । ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ 23 ଜଣ ଗୃହରକ୍ଷୀଙ୍କୁ ଶ୍ରୀ ଭାମୂଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ସିଭିଲ ଡିଫେନ୍ସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । Conclusion:ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.