ETV Bharat / state

ବଞ୍ଚିଛି ମାନବିକତା, ଅସହାୟ ମା’ ପୁଅଙ୍କୁ ସାହା ହେଲେ ପ୍ରେସ କ୍ଲବ ସଭାପତି - helpless mother and son are supported

ବୋରିଗୁମ୍ମାର ଜଣେ ମହିଳା ତାଙ୍କ ମାନସିକ ବାଧିତ ଦିବ୍ୟାଙ୍ଗ ପୁଅକୁ ସାହାଯ୍ୟର ହାତ ବଢାଇଲେ କୋରାପୁଟ ପ୍ରେସ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର । ଅଧିକ ପଢନ୍ତୁ..

ବଞ୍ଚିଛି ମାନବିକତା, ଅସହାୟ ମା’ ପୁଅଙ୍କୁ ସାହା ହେଲେ ପ୍ରେସ କ୍ଲବ ସଭାପତି

author img

By

Published : Mar 23, 2020, 5:16 PM IST

କୋରୋପୁଟ: ବୋରିଗୁମ୍ମାର ଜଣେ ମହିଳା ତାଙ୍କ ମାନସିକ ବାଧିତ ଦିବ୍ୟାଙ୍ଗ ପୁଅକୁ ନେଇ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ ଯାଉଥିଲେ । ମାତ୍ର ଏକ ବାରଣ୍ଡାରେ ବିଶ୍ରାମ ନେଉଥିବା ବେଳେ ସେଠାକାର ପୋଲିସ କୋରୋନା ସଂକ୍ରମଣ ଭୟ ଥିବା ଯୋଗୁଁ ସେମାନଙ୍କୁ ନିଜ ଅଞ୍ଚଳକୁ ଚାଲିଯିବା ପାଇଁ କହିବା ପରେ କୌଣସି ମତେ ସେମାନେ ରବିବାର କୋରାପୁଟ ପର୍ଯ୍ୟନ୍ତ ଆସିବାରେ ସେ ସମର୍ଥ ହୋଇଥିଲେ ।

ବଞ୍ଚିଛି ମାନବିକତା, ଅସହାୟ ମା’ ପୁଅଙ୍କୁ ସାହା ହେଲେ ପ୍ରେସ କ୍ଲବ ସଭାପତି

ମାତ୍ର ଜନତା କର୍ଫ୍ୟୁ ଲାଗିଥିବା କାରଣରୁ କୋରାପୁଟରୁ ବୋରିଗୁମ୍ମା ଯିବା ପାଇଁ ସାଧନ କିମ୍ବା ସାହାରା ନ ମିଳିବା ଯୋଗୁଁ ସେମାନେ ଜାତୀୟ ରାଜପଥ କଡର ଏକ ବାରଣ୍ଡାରେ ବସି ରହିଥିଲେ । ଏହି ଖବର ପାଇ କୋରାପୁଟ ପ୍ରେସ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଉକ୍ତ ମା’ ଓ ପୁଅଙ୍କୁ ମାନସ ଛାତ୍ରାବାସରେ ରଖିବା ସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଇଥିଲେ।

ଆଉ ସୋମବାର ସେମାନଙ୍କୁ ଏକ ସ୍ବତନ୍ତ୍ର ଗାଡି ଯୋଗେ ବୋରିଗୁମ୍ମା ଯିବା ପାଇଁ ଭବାନୀ ଶଙ୍କର ମିଶ୍ର ସହଯୋଗ କରିଥିଲେ ।

କୋରୋପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.