ETV Bharat / state

କୋରାପୁଟରେ କାଳବୈଶାଖୀର ତାଣ୍ଡବ - 2 injury

ଦେଢ ଘଣ୍ଟା ଧରି ତାଣ୍ଡବ ରଚିଛି କାଳବୈଶାଖୀ । ଜାତୀୟ ରାଜପଥ କଡରେ ଥିବା ଶହଶହ ଗଛ ଭାଙ୍ଗିବା ସହ ସହର ଭିତରେ ଥିବା ବିଦ୍ୟୁତ ଖୁଣ୍ଟକୁ ଉପୁଡେଇ ଦେଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା,କୋରାପୁଟ
author img

By

Published : Apr 29, 2019, 10:42 PM IST

କୋରାପୁଟ: ଦେଢ ଘଣ୍ଟା ଧରି ତାଣ୍ଡବ ରଚିଛି କାଳବୈଶାଖୀ । ଜାତୀୟ ରାଜପଥ କଡରେ ଥିବା ଶହଶହ ଗଛ ଭାଙ୍ଗିବା ସହ ସହର ଭିତରେ ଥିବା ବିଦ୍ୟୁତ ଖୁଣ୍ଟକୁ ଉପୁଡେଇ ଦେଇଛି ।

ଅପରାହ୍ଣ ଦୁଇଟା ବେଳୁ ସହରରେ ବନ୍ଦ ରହିଛି ବିଦ୍ୟୁତ୍ । ବିଜୁଳି ତାର ଗୁଡିକ ଛିଡି ପଡିଥିବାରୁ ରାତି ତମାମ୍ ଲାଇନ ରହିବ ନାହିଁ ବୋଲି କହିଛନ୍ତି ସାଉଥ-କୋ ଯନ୍ତ୍ରୀ । ଜିଲ୍ଲା ଜରୁରିକାଳୀନ ଅଧିକାରୀ କୁଳମଣି ସାମଲଙ୍କ କହିବାନୁଯାୟୀ ସହରରେ ଦେଢଘଣ୍ଟାର ଧରି ହୋଇଥିବା କାଳବୈଶାଖୀରେ ୩୫ ମିଲିମିଟର ବର୍ଷା ହୋଇଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

କୁଆପଥର ଓ କାଳବୈଶାଖୀ ବର୍ଷା ଫଳରେ ଜୟପୁରରେ ବିସ୍ଥାପିତ ଭାବରେ ରହୁଥିବା ଲୋକମାନଙ୍କ ଅସ୍ଥାୟୀ ଘର ଗୁଡିକ ଭାଙ୍ଗି ଯାଇଛି । ଏବଂ ଘର ଉପରେ ଗଛ ପଡିଯିବାରୁ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଆସନ୍ତା ଦୁଇଦିନ ମଧ୍ୟରେ ବାତ୍ୟା ଫନି ଓଡିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ସାମଲ ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Slug : od_kpt_Rain Koraput _7202788

ଦେଢ଼ ଘଣ୍ଟାର କାଳବୈଶାଖୀ ରେ କୋରାପୁଟ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।ଜାତୀୟ ରାଜପଥ ଓ ସହର ଭିତରର ବିଭିନ୍ନ ରାସ୍ତା କଡରେ ଥିବା ବିରାଟ ପୁରୁଣା ଗଛ କେଉଁଠି  ଭାଙ୍ଗିଯାଇ  ଓ ଅନ୍ୟକେଉଁଠି ଉପୁଡି ଯାଇ ବିଜୁଳି ପୋଲ ଗୁଡିକ ଉପରେ ପଡିଯିବା ଯୋଗୁଁ ସହରରେ ଅପରାହ୍ନ ଦୁଇଟା ବେଳୁ ବିଦ୍ୟୁତ ସରବରାହରେ  ବିଭ୍ରାଟ ଦେଖାଦେଇଛି । ସାଉଥକୋ ଯନ୍ତ୍ରୀଙ୍କ କହିବାନୁଯାୟୀ  ବିଜୁଳି ତାର ଗୁଡିକ ଛିଡି ରାସ୍ତାଘାଟରେ ପଡିଥିବା ଯୋଗୁ ଆଜି ରାତି ତମାମ କୋରାପୁଟ ସହରରେ ବିଜୁଳି ରହିବ ନାହିଁ । ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର କୁଳମଣି ସାମଲଙ୍କ କହିବାନୁଯାୟୀ ସହରରେ ହୋଇଥିବା ଦେଢଘଣ୍ଟାର କାଳବୈଶାଖୀ କୁଆପଥର ବର୍ଷା ଯୋଗୁଁ ୩୫ ମିଲି ମିଟର ବର୍ଷା ହୋଇଯାଇଛି । ନାରାୟଣପାଟଣା ଅଂଚଳରୁ ଆସି ଜୟପୁର ରାସ୍ତାରେ ଏକ ଘର ଉପରେ ଓ ଭିତରେ  ବିସ୍ଥାପିତ ଜୀବନ ବିତାଉଥିବା ଲୋକଙ୍କ ଅସ୍ଥାୟୀ ଘର ଗୁଡିକ ଉପରେ ଗଛ ପଡିଯିବା ଯୋଗୁଁ ଦୁଇଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଫୋନୀ ବାତ୍ୟା ରେ କୋରାପୁଟ ଅଂଚଳ ପ୍ରଭାବିତ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ତାକୁ ସାମନା କରିବା ପାଇଁ ପ୍ରସ୍ତୁତ ହୋଇଥିବା ଶ୍ରୀ ସାମଲ ଜଣାଇଛନ୍ତି ।
........
Byte : Kulamani Samal from District Emergency Office
....…..
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.