ETV Bharat / state

ଲୁଗା ଶୁଖାଇବାକୁ ଯାଇ ସ୍ବାମୀ-ସ୍ତ୍ରୀ ମୃତ

author img

By

Published : Jan 2, 2020, 11:48 AM IST

ସୁନାବେଡା ପୋଲିସ କଲୋନୀରେ ରହୁଥିବା ଏକ ଦମ୍ପତ୍ତି ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

#sunabeda police colony
ନୂଆବର୍ଷ ଆରମ୍ଭରୁ ହିଁ ଅଘଟଣ: ଲୁଗା ଶୁଖାଇବାକୁ ଯାଇ ସ୍ବାମୀ-ସ୍ତ୍ରୀ ମୃତ

କୋରାପୁଟ: ଖୋଲା ତାରରେ ଲୁଗା ଶୁଖାଇବା ହେଲା କାଳ । ଏକାସାଙ୍ଗରେ ଚାଲିଗଲା ସ୍ବାମୀ ଓ ସ୍ତ୍ରୀଙ୍କ ଜୀବନ । ସୁନାବେଡା ପୋଲିସ କଲୋନୀରେ ରହୁଥିବା ଏକ ଦମ୍ପତ୍ତି ଖୋଲା ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତ ପାଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁୟାୟୀ, ପୋଲିସ କଲୋନୀରେ ରହୁଥିବା ସୁଧାକର ବିଶ୍ବାଳ ଆଜି ସକାଳେ ଗାଧେଉ ଥିବାବେଳେ ଗାଧୁଆ ଘରେ ଟଙ୍ଗା ହୋଇଥିବା ତାର ଉପରେ ଓଦା ଲୁଗା ଶୁଖାଇଥିଲେ । ହଠାତ୍‌ ସେ ବିଦ୍ୟୁ ଆଘାତ ପାଇ ଚିତ୍କାର କରିଥିଲେ । ସ୍ବାମୀଙ୍କ ପାଟି ଶୁଣି ଚଞ୍ଚଳା ବିଶ୍ବାଳ ଧାଇଁ ଯାଇ ତାଙ୍କୁ ଟାଣି ଆଣିବାକୁ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଯାଇଥିଲେ । ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ତେବେ ଲୁଗା ଟଙ୍ଗା ହୋଇଥିବା ତାର ସହ ଇମର୍ଶନ ହିଟରକୁ ବିଦ୍ୟୁତ ସଂଯୋଗ କରିଥିବା ଖୋଲା ତାର ଲାଗିରହିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି ସୁନାବେଡା ମୁନିସିପାଲିଟି କାର୍ଯ୍ୟାଳୟରେ ଖଜଣା ଆଦାୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ବିଦ୍ୟୁତ ଆଘାତରେ ଆଜି ସକାଳେ ସୁନାବେଡା ପୋଲିସ କଲୋନୀ ରେ ରହୁଥିବା ଏକ ଦମ୍ପତ୍ତି ସୁଧାକର ବିଶ୍ୱାଳ ଓ ଚଂଚଳା ବିଶ୍ବାଳ ଙ୍କ ମୃତ୍ୟୁ ଘଟିଛି ।Body:ପ୍ରାପ୍ତ ସୂଚନା ଅନୁଯାୟୀ ନିଜ ବାସ ଭବନ ର ଗାଧୁଆ ଘରେ ଟାଙ୍ଗାଯାଇଥିବା ଏକ ତାର ଉପରେ ଓଦା ଲୁଗା ଶୁଖାଇବା ପାଇଁ ସୁଧାକର ଯାଇଥିବା ବେଳେ ହଠାତ ବିଦ୍ୟୁତ ଆଘାତ ପାଇଥିଲେ । ପତିଙ୍କ ଚିତ୍କାର ଶୁଣି ପତ୍ନୀ ଚଂଚଳା ଧାଇଁ ଆସି ତାଙ୍କୁ ଟାଣି ଆଣିବାକୁ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଯାଇଥିଲେ । ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଲୁଗା ଟଙ୍ଗା ଯାଇଥିବା ତାର ସହ ଇମର୍ଶନ ହିଟର କୁ ବିଦ୍ୟୁତ ସଂଯୋଗ କରିଥିବା ଖୋଲା ତାର ଲାଗିରହିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି ସୁନାବେଡା ମୁନିସିପାଲିଟି କାର୍ଯ୍ୟାଳୟରେ ଖଜଣା ଆଦାୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । Conclusion:.......
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.