ETV Bharat / state

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଏନଜିଟିରେ ମାମଲା, ଜିଲ୍ଲାପାଳ କହିଲେ କୌଣସି ବେନିୟମ କାର୍ଯ୍ୟ କରାଯାଇନାହିଁ

author img

By

Published : Jul 24, 2023, 7:43 AM IST

ପର୍ଯ୍ୟଟକଙ୍କ ପାଇଁ ଦେଓମାଳି ପର୍ବତ ଉପରେ ନିର୍ମାଣ ଚାଲିଛି ଦଶଟି କଟେଜ । ଜୈବ ବିବିଧତା ସଂରକ୍ଷଣକୁ ନେଇ ଏକ ପିଟିସନ ଦାଖଲା । 4 ସପ୍ତାହ ମଧ୍ୟରେ ଜବାବ ମାଗିଲେ ଗ୍ରୀନ ଟ୍ରିବ୍ୟୁନାଲ । ସେପଟେ କୌଣସି ବେନିୟମ କାର୍ଯ୍ୟ କରାଯାଇନଥିବା ନେଇ କହିଲେ କୋରାପୁଟ ଜିଲ୍ଲାପାଳ ।

ପର୍ଯ୍ୟଟକଙ୍କ ପାଇଁ ଦେଓମାଳି ପର୍ବତ ଉପରେ ନିର୍ମାଣ ଚାଲିଛି ଦଶଟି କଟେଜ

କୋରାପୁଟ: ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ପାଲଟିବ ଦେଓମାଳି ପର୍ବତ । ଦେଓମାଳି ପର୍ବତରେ ସରକାରୀ ଉଦ୍ୟମରେ କଂକ୍ରିଟ ଘର ନିର୍ମାଣ ତଥା ପାଇନ ଗଛ ଲଗାଯିବାକୁ ନେଇ କାର୍ଯ୍ୟ ଅରମ୍ଭ ହୋଇଥିଲା । ଦେଓମାଳି ପର୍ବତରେ ରାଜ୍ୟ ବନ ବିଭାଗ ଦ୍ଵାରା ପର୍ଯ୍ୟଟକଙ୍କ ରହଣି ପାଇଁ ନିର୍ମାଣ ଚାଲିଥିବା ଦଶଟି କଟେଜ ସାଙ୍ଗକୁ ସ୍ଥାନୀୟ 1000 ପାଇନ ବୃକ୍ଷ ରୋପଣ କାର୍ଯ୍ୟ । ମାତ୍ର ଏହାକୁ ନେଇ ଦେଓମାଳିର ଜୈବ ବିବିଧତା ପ୍ରତି ସଙ୍କଟ ଥିବା ଦର୍ଶାଇ କଟକସ୍ଥିତ ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା ଦ୍ୱାରା ଦେଓମାଳିର ଜୈବ ବିବିଧତା ସଂରକ୍ଷଣକୁ ନେଇ ଏକ ପିଟିସନ ଦାଖଲା କରାଯାଇଥିଲା । ଏହାର ଶୁଣାଣି କରି ଏନଜିଟି କଲିକତାର ପୂର୍ବାଞ୍ଚଳ ବେଞ୍ଚ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଜୈବ ବିବିଧତା ବୋର୍ଡକୁ ଚାରି ସପ୍ତାହ ମଧ୍ୟରେ ଏହାର ଉତ୍ତର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି, ‘‘କଟକ ସ୍ଥିତ ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା ଦ୍ୱାରା ଅଭିଯୋଗ ନିରର୍ଥକ ଏବଂ ଏଥିରେ କୌଣସି ସତ୍ୟତା ନାହିଁ । ଅଭିଯୋଗ କରିବା ଏକ ଅତି ସାଧାରଣ କଥା ଓ ଯେକେହି ଅଭିଯୋଗ କରିପାରିବେ । କିନ୍ତୁ ଅଭିଯୋଗରେ ସତ୍ୟତା ରହିବା ଦରକାର ଓ ଏହି ଅଭିଯୋଗରେ ସତ୍ୟତା ନଥିବା ଯୋଗୁଁ ଏନଜିଟି ଏହି ମାମଲାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟର ସପକ୍ଷରେ ନିଷ୍ପତ୍ତି ଦେବ । ଦେଓମାଳିରେ ଚାଲିଥିବା କାର୍ଯ୍ୟ ବନ ବିଭାଗ ଦ୍ଵାରା କରାଯାଉଛି ଓ ଏହା ଦ୍ବାରା କୌଣସି ପ୍ରକାରେ ଜୈବ ବିବିଧତାକୁ କ୍ଷତି ହେଉନାହିଁ ।’’

ସେ ଆହୁରୀ ମଧ୍ୟ କହିଛନ୍ତି,‘‘ କୋରାପୁଟ ଜିଲ୍ଲାରେ ଜୈବ ବିବିଧତା ସାଧାରଣ ଜୀବନ ଧାରାକୁ ସୁନ୍ଦର କରି ଗଢି ତୋଳିଥିବା ଦରକାର । ଏହାର ସୁରକ୍ଷା ଓ ସଂରକ୍ଷଣ କରାନଗଲେ ଭବିଷ୍ୟତରେ ଭୂସ୍ବର୍ଗ କୁହାଯାଉଥିବା ଏହି ଅଞ୍ଚଳ ମଧ୍ୟ ଜୀବନଧାରଣ ପାଇଁ ଅସ୍ୱାସ୍ଥ୍ୟକର ହୋଇ ଉଠିବାର ସମ୍ଭାବନା ରହିଛି । କୋରାପୁଟ ଜିଲ୍ଲାରେ ଜୈବ ବିବିଧତାକୁ ନେଇ ନିରନ୍ତର ଗବେଷଣା ଜାରି ରହିଛି । ଏହାକୁ ଅଧିକ ସୁନ୍ଦର ଓ ପର୍ଯ୍ୟଟକଙ୍କ ପାଇଁ ଅକର୍ଷଣୀୟ କରାଯାଉଛି । ମାତ୍ର ଦେଓମାଳି ନଜସ୍ବ ସୁନ୍ଦରତା ସହ କୌଣସି ପ୍ରକାର ପରିବର୍ତ୍ତନ କରାଯାଉନାହିଁ ।’’

କୋରାପୁଟ ଅଞ୍ଚଳରେ ଅନେକ ସ୍ଥାନରେ ଜୈବ ବିବିଧତା ନଷ୍ଟ ହୋଇଯାଇଥିଲେ ମଧ୍ୟ ଦେଓମାଳି, ଗୁପ୍ତେଶ୍ୱର, ମାଛକୁଣ୍ଡ ଭଳି କିଛି କିଛି ସ୍ଥାନରେ ଏ ପର୍ଯ୍ୟନ୍ତ ବଞ୍ଚିଥିବା ଜୈବ ବିବିଧତାକୁ ସଂରକ୍ଷଣ କରାଯିବାର ଆବଶ୍ୟକ ରହିଛି । କୋରାପୁଟର ବଣ ଜଙ୍ଗଲ ବିଭିନ୍ନ ପ୍ରକାରର ପକ୍ଷୀ, କୀଟ ପତଙ୍ଗଙ୍କୁ ଆକୃଷ୍ଟ କରି କୋରାପୁଟ ଜିଲ୍ଲାକୁ ଜୈବ ବିବିଧତାର ଏକ ଉକୃଷ୍ଟ ଅଞ୍ଚଳ ଭାବେ ସୁନାମ ଆଣିଦେଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.