ETV Bharat / state

ଏବେବି ଅସଜଡା ଷ୍ଟ୍ରଙ୍ଗରୁମ ସାଜିଥିବା ମହାବିଦ୍ୟାଳୟ

ଷ୍ଟ୍ରଙ୍ଗରୁମ ପାଇଁ ବ୍ୟାପକ ଭାବେ ପରିବର୍ତ୍ତନ ହୋଇଥିବା ମହାବିଦ୍ୟାଳୟ ହେଉନି କାର୍ଯ୍ୟକ୍ଷମ । ପାଠ ପଢିବା ପାଇଁ ଶ୍ରେଣୀଗୃହର ଦେଖାଦେଇଛି ଅଭାବ । ଲାଣ୍ଡିଗୁଡା ମହାବିଦ୍ୟାଳରେ ଛାତ୍ରୀଛାତ୍ରୀ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା ।

author img

By

Published : Jun 26, 2019, 6:49 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

କୋରାପୁଟ : ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ କୋରାପୁଟର ଲାଣ୍ଡିଗୁଡା ସ୍ଥିତ ସରକାରୀ ମହାବିଦ୍ୟାଳୟର କଳା ଓ ବାଣିଜ୍ୟ ବିଭାଗର ଶ୍ରେଣୀଗୃହ ଓ ଗ୍ୟାଲେରୀ ଗୁଡିକୁ ଜିଲ୍ଲାପ୍ରଶାସନ ଦ୍ବାରା ଷ୍ଟ୍ରଙ୍ଗରୁମ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଇଭିଏମ ବିତରଣ ଓ ଗ୍ରହଣ କେନ୍ଦ୍ର ଭାବେ ବ୍ୟବହାର କରାଯାଇଥିଲା । ହେଲେ ବର୍ତ୍ତମାନ ବି ଏହା କିଛି କାମରେ ଲାଗି ପାରୁନି । ମହାବିଦ୍ୟାଳୟକୁ ହସ୍ତାନ୍ତର କରୁନି ପ୍ରଶାସନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

ବ୍ୟାପକ ଭାବେ ପରିବର୍ତ୍ତନ ହୋଇଥିବା ଅବସ୍ଥାରୁ ମୁକୁଳିଯାଇ ଶ୍ରେଣୀଗୃହକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ଅର୍ଥ ମହାବିଦ୍ୟାଳୟ ପାଖରେ ନାହିଁ ବୋଲି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦୀପକ ପଟ୍ଟନାୟକ ଜଣାଇଛନ୍ତି ।

ଷ୍ଟ୍ରଙ୍ଗରୁମ ପାଇଁ କେମିତି ବଦଳା ଗଲା ମହାବିଦ୍ୟାଳୟ ରୂପ ...

ଷ୍ଟ୍ରଙ୍ଗରୁମ ପାଇଁ ପ୍ରଥମେ ଶ୍ରେଣୀଗୃହ ଗୁଡିକର ଝରକା ଉପାଡି ଦେଇ ସେହିସ୍ଥାନରେ ସିମେଣ୍ଟ ଓ ଇଟା ଭର୍ତ୍ତି କରି ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଗଲା । ଅନ୍ୟାନ୍ୟ କୋଠରୀରେ ଥିବା କାଠ ଓ ଲୁହା ବେଞ୍ଚ ଗୁଡିକୁ କାଢ଼ିଦେଇ ମୁକ୍ତ ଆକାଶ ତଳେ ଏକପ୍ରକାର ଫିଙ୍ଗି ଦିଆଗଲା । ତେବେ ଭୋଟ ଗଣତି କାର୍ଯ୍ୟକ୍ରମ ସରିବାର ମାସେ ବିତିଗଲେ ବି ପ୍ରଶାସନର ଦେଖାନାହିଁ ।

ଖରା ଛୁଟି ସାରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଫେରିଲେଣି । କିନ୍ତୁ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ କୋଠରି ଗୁଡିକୁ ମହା ଵିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଫେରାଇଦେବାର ନାଁଗନ୍ଧ ନେଉନଥିବା ଚିନ୍ତାର ବିଷୟ ହୋଇପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର ,ଇଟିଭି ଭାରତ

କୋରାପୁଟ ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାପରଠାରୁ କୋରାପୁଟର ଲାଣ୍ଡିଗୁଡା ସ୍ଥିତ ସରକାରୀ ମହାବିଦ୍ୟାଳୟର କଲା ଓ ବାଣିଜ୍ୟ ବିଭାଗ ର ଶ୍ରେଣୀଗୃହ ଓ ଗ୍ୟାଲେରୀ ଗୁଡିକୁ ଜିଲ୍ଲାପ୍ରଶାସନ ଦ୍ୱାରା  ଷ୍ଟ୍ରଙ୍ଗରୁମ ଏବଂ ପରବର୍ତୀ ପର୍ଯ୍ୟାୟରେ ଇଭିଏମ ବିତରଣ ଓ ଗ୍ରହଣ କେନ୍ଦ୍ର ଭାବେ ବ୍ୟବହାର କରାଗଲା । ଶେଷରେ ଭୋଟ ଗଣତି କେନ୍ଦ୍ରଭାବେ ସମସ୍ତଙ୍କ ପାଇଁ ନିଷିଦ୍ଧାଞ୍ଚଳ ହେଲା । ଜିଲ୍ଲା ପ୍ରଶାସନ ଦ୍ୱାରା  ଏହି କୋଠରୀ ଗୁଡିକୁ ଗୋଟାଏ ପରେ ଆଉଗୋଟିଏ ନିଜ ଅକ୍ତିଆରକୁ ନେଇ କେବଳ ନିର୍ବାଚନର  ଆବଶ୍ୟକତାକୁ ଆଖିଆଗରେ ରଖି ସେଗୁଡିକର କାୟା ପରିବର୍ତନ କରାଗଲା । ଏପରିକି ଷ୍ଟ୍ରଙ୍ଗରୁମ ଭାବେ ବ୍ୟବହାର କରିବା ପାଇଁ ଶ୍ରେଣୀଗୃହ ଗୁଡିକ ର ଝରକା ଉପାଡି ଦେଇ ସେହିସ୍ଥାନରେ ସିମେଣ୍ଟ ଓ ଇଟା ଭର୍ତ୍ତି କରି ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଗଲା ।ଅନ୍ୟାନ୍ୟ କୋଠରୀରେ ଥିବା କାଠ ଓ ଲୁହା ବେଞ୍ଚ ଗୁଡିକୁ କାଢ଼ିଦେଇ ମୁକ୍ତ ଆକାଶ ତଳେ ଏକପ୍ରକାର ଫିଙ୍ଗି ଦିଆଗଲା ।  ତେବେ ଭୋଟ ଗଣତି କାର୍ଯ୍ୟକ୍ରମ ସରିବାର ମାସେ ପୂରିଥିଲେ ହେଁ ଜିଲ୍ଲା ପ୍ରଶାସନ ଏହି କୋଠରୀ ଗୁଡିକୁ ପୂର୍ବବର୍ତ୍ତୀ ଅବସ୍ଥାକୁ ଆଣିଦେଇ ଏପର୍ଯ୍ୟନ୍ତ ହସ୍ତାନ୍ତର କରିନାହାନ୍ତି । ନିର୍ବାଚନ ପୂର୍ବ ଦିନଗୁଡିକଠାରୁ ଆରମ୍ଭକରି ନିର୍ବାଚନ ସାରି ବିଧାନସଭା ଓ ଲୋକସଭାକୁ ନେତା ପହଂଚିବା ସରିଥିବା ବେଳେ ମହାବିଦ୍ୟାଳୟଟି ଅସହାୟ ଭାବେ ଜିଲ୍ଲା ପ୍ରଶାସନର ଅବହେଳାର ନିରବ ଦ୍ରଷ୍ଟା ସାଜିଛି । ଖରା ଛୁଟି ସାରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଫେରିଲେଣି । କିନ୍ତୁ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ କୋଠରି ଗୁଡିକୁ ମହା ଵିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଫେରାଇଦେବାର ନାଁଗନ୍ଧ ନେଉନଥିବା ଚିନ୍ତାର ବିଷୟ ହୋଇପଡିଛି । ବ୍ୟାପକ ଭାବେ ପରିବର୍ତନ ହୋଇଥିବା ଅବସ୍ଥାରୁ ମୁକୁଳିଯାଇ  ଶ୍ରେଣୀଗୃହକୁ କାର୍ଯ୍ୟକ୍ଷମ କରିବା ପାଈଁ ଆବଶ୍ୟକୀୟ ଅର୍ଥ ମହାବିଦ୍ୟାଳୟ ପାଖରେ ନାହିଁ ବୋଲି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦୀପକ ପଟ୍ଟନାୟକ ଜଣାଇଛନ୍ତି ।
.........
Byte : Dipak Patnaik , Faculty , Government College
P2C : Ch.Santakar
..........
ଶାନ୍ତାକାର
କୋରାପୁଟ
............

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.