ETV Bharat / state

୨୩୦ ବର୍ଷର ଜଗନ୍ନାଥ ସାଗରକୁ ମିଳିବ ନୂଆ ପରିଚୟ, ଆରମ୍ଭ ହେବ ପୁନଃଉଦ୍ଧାର - ପୁନଃଉଦ୍ଧାର ହେବ ଜଗନ୍ନାଥ ସାଗର

କୋରାପୁଟ ଜିଲ୍ଲାରେ ଥିବା ଐତିହ୍ୟ ପୋଖରୀ ଜଗନ୍ନାଥ ସାଗରର ହେବ ପୁନଃଉଦ୍ଧାର । ଲେକ ମ୍ୟାନ ଅଫ ଇଣ୍ଡିଆ ଭାବେ ପରିଚିତ ଆନନ୍ଦ ମାଲ୍ଲିଗାଭାଡ କ୍ଷେତ୍ର ପରିଦର୍ଶନ କରି ଯୋଜନା ପ୍ରସ୍ତୁତ ନେଇ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

pond renovation in koraput
ପୁନଃଉଦ୍ଧାର ହେବ ଜଗନ୍ନାଥ ସାଗର
author img

By

Published : Jul 8, 2023, 10:05 PM IST

ପୁନଃଉଦ୍ଧାର ହେବ ଜଗନ୍ନାଥ ସାଗର

କୋରାପୁଟ: ଜିଲ୍ଲାର ବ୍ୟବସାୟିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଜୟପୁରର ୨୩୦ ବର୍ଷ ପୁରୁଣା ତଥା ଇତିହାସର ମୁକ ସାକ୍ଷୀ ଜଗନ୍ନାଥ ସାଗର ଆଜି ଅବହେଳିତ । ଏହାର ରକ୍ଷଣାବେକ୍ଷଣ ଅଭାବରୁ ସଙ୍କୁଚିତ ପୋଖରୀ ନିଜର ଅସ୍ତିତ୍ୱ ଖୋଜୁଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଏହାର ପୁନଃଉଦ୍ଧାର କରିବା ପାଇଁ ବିଭିନ୍ନ ସମୟରେ ଛୋଟ ଛୋଟ ପ୍ରୟାସ କରାଯାଇଥିଲେ ହେଁ ସଫଳତା ମିଳିପାରିନାହିଁ । ତେବେ ଏହାର ପୁନଃଉଦ୍ଧାର ପାଇଁ ରାଜ୍ୟ ସରକାର ଆମ ପୋଖରୀ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରିଛନ୍ତି । ଦେଶରେ ପ୍ରାକୃତିକ ଉପାୟରେ ପୋଖରୀ ପୁନଃକାର୍ଯ୍ୟକ୍ଷମ କରି ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ଲେକ ମ୍ୟାନ ଅଫ ଇଣ୍ଡିଆ ଭାବେ ପରିଚିତ କର୍ଣ୍ଣାଟକ ବାସିନ୍ଦା ଆନନ୍ଦ ମାଲ୍ଲିଗାଭାଡଙ୍କୁ ଜୟପୁରର ଜଗନ୍ନାଥ ସାଗର ଓ କୋଟପାଡ ସ୍ଥିତ ଦମୟନ୍ତୀ ସାଗରର ପୁନରୁଦ୍ଧାର କରିବାର ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ସେ ଉଭୟ ସାଗର ପରିଦର୍ଶନ କରି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ପୌରପରିଷଦର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।

ଜଗନ୍ନାଥ ସାଗର କେବଳ ଏକ ବିରାଟ ପୋଖରୀ ନୁହେଁ । ତଳମୁଣ୍ଡରେ ଜଳସେଚନ କରିବା ପାଇଁ ତତ୍କାଳୀନ ଜୟପୁର ମହାରାଜାଙ୍କ ଦ୍ୱାରା ୧୭୯୨ ମସିହାରେ ଏହାକୁ ଏକ ଜଳସେଚନ କରୁଥିବା ବିଶାଳ ଜଳାଶୟ ଭାବେ ନିର୍ମାଣ କରାଯାଇଥିଲା । ସେତେବେଳେ ଏହା ୪୦୦ ଏକର ଜାଗାରେ ବ୍ୟାପି ଥିବା ବେଳେ ଆଜି ରକ୍ଷଣାବେକ୍ଷଣ ଅଭାବରୁ ସାଗର ମଧ୍ୟରେ ମାଟି ପଙ୍କ ଜମିଯାଇ ୩୦ ଫୁଟ ଗଭୀରତାରୁ ୧୨-୧୫ ଫୁଟ ଗଭୀରତାରେ ପହଞ୍ଚି ତାର ଅସ୍ତିତ୍ୱ ହଜାଇବାକୁ ବସିଛି । ଜଗନ୍ନାଥ ସାଗର ଚାରିପଟେ ପ୍ରଶାସନର ନାକତଳେ କିଛି ଲୋକ ଜମି ନିଜ କବଜାକୁ ନେଇଯାଇଥିବା ଯୋଗୁଁ ବହୁ ମାତ୍ରାରେ ସଙ୍କୁଚିତ ହୋଇ ରହିଯାଇଛି । ଜୟପୁର ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଏହି ସାଗରର ଭଲମନ୍ଦ ବୁଝିବା ପାଇଁ ରାଜସ୍ୱ ବିଭାଗ, ମତ୍ସ୍ୟ ବିଭାଗ, ଜଳସମ୍ପଦ ବିଭାଗ ଓ ପୌରପରିଷଦ ଏହାର ଦାୟିତ୍ୱ ନେଇଛି ।

ଏହା ମଧ୍ୟ ପଢ଼ନ୍ତୁ : ଆମ ପୋଖରୀ କାର୍ଯ୍ୟକ୍ରମ ଶୁଭାରମ୍ଭ; ୧୧୫ ପୌରାଞ୍ଚଳର ୨୦୦୦ ବୃହତ ଜଳାଶୟର ନବୀକରଣ

ଏନେଇ ଆନନ୍ଦ ମାଲ୍ଲିଗାଭାଡ କହିଛନ୍ତି, " ସହରର ମଇଳା ପାଣି ସାଗର ମଧ୍ୟକୁ ପସି ଆସୁଥିବା ବେଳେ ତାକୁ ନିୟନ୍ତ୍ରଣ କରି ସାଗରକୁ ବଞ୍ଚାଇବାର ପ୍ରଚେଷ୍ଟା କରାଯିବ । ପ୍ରାକୃତିକ ଉପାୟରେ ମେସିନ ସାହାଯ୍ୟରେ ପୋଖରୀରୁ ପଙ୍କ କଢ଼ାଯିବ । ଏଥିପାଇଁ ପ୍ରାୟ ୪ ରୁ ୬ ମାସ ସମୟ ଲାଗିବ ବୋଲି ଆଶା କରାଯାଉଛି ।" ଅନ୍ୟପଟେ ଜିଲ୍ଲାର ପୋଖରୀ ଗୁଡିକର ପୁନଃଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଏପରି ଅଭିଯାନକୁ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ସ୍ୱାଗତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.