କୋରାପୁଟ: ଗାଁର ବିକାଶ ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଗ୍ରାମସଭା ଡକାଇ ଲୋକଙ୍କ ଦସ୍ତଖତ କରାଇନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମଦ ଦୋକାନ ଖୋଲିବା ପାଇଁ କୋରାପୁଟ ଜିଲ୍ଳାରେ ଓଡିଶା ଓ ଛତିଶଗଡ ସୀମାନ୍ତରେ ଥିବା ଗାଁ ଚାନ୍ଦିଲିର ଗ୍ରାମବାସୀ ଅନୁମତି ଦେଇଥିବା ସେହି କାଗଜରେ ଉଲ୍ଲେଖ କରାଯାଇଥିବା ଦେଖାଯାଇଥିଲା । ତେବେ ଦସ୍ତଖତ କଲାବେଳେ ଯାହା ନଥିଲା ଦସ୍ତଖତ ପରେ ତାକୁ କାଗଜରେ ଦେଖି କ୍ରୋଧିତ ହୋଇଥିଲେ ସମିତି ସଭ୍ୟ ବଳଦେବ ସମରଥ ।
ମଦ ଦୋକାନୀ ସହ ହାତ ମିଶାଇ ସରପଞ୍ଚ ଓ ପିଇଓ ମଦ ଦୋକାନ ଖୋଲାଇବାର ଚକ୍ରାନ୍ତ କରିଥିବା ଅଭିଯୋଗ କରି ଚାନ୍ଦିଲି ଗ୍ରାମବାସୀ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖାକରି ଆଲୋଚନା କରିଛନ୍ତି । ଏହି ଘଟଣାର ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ରଦ୍ଧ କରିବା ପାଇଁ ସେମାନେ ଦାବି ଜଣାଇଛନ୍ତି ।
ଏପଟେ ବିଡ଼ିଓଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ