ETV Bharat / state

ମାରଣାସ୍ତ୍ର ଦେଖାଇ କନ୍ୟା ବେକରୁ 15 ଭରି ସୁନା ଅଳଙ୍କାର ଲୁଟ

କୋରାପୁଟରୁ ରାଣିଗଡ଼ ବାଟଦେଇ ବୋରିଗୁମ୍ମା ଯାଉଥିବା ରାସ୍ତାରେ ବିଳମ୍ବିତ ରାତିରେ କନ୍ୟା ସମେତ ଦୁଇ ମହିଳାଙ୍କ ବେକରୁ 15 ଭରି ସୁନା ଅଳଙ୍କାର ଓ ନଗଦ 1 ଲକ୍ଷ 50 ହଜାର ଟଙ୍କା ଲୁଟିନେଇ ଫେରାର ହୋଇଗଲେ ଡକୟାତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାରଣାସ୍ତ୍ର ଦେଖାଇ କନ୍ୟା ବେକରୁ 15 ଭରି ସୁନା ଅଳଙ୍କାର ଲୁଟ
ମାରଣାସ୍ତ୍ର ଦେଖାଇ କନ୍ୟା ବେକରୁ 15 ଭରି ସୁନା ଅଳଙ୍କାର ଲୁଟ
author img

By

Published : Oct 30, 2020, 7:04 PM IST

କୋରାପୁଟ: ଜିଲ୍ଲାରେ ଚାଲିଛି ଡକାୟତଙ୍କ ରାଜ । କୋରାପୁଟରୁ ରାଣିଗଡ଼ ବାଟଦେଇ ବୋରିଗୁମ୍ମା ଯାଉଥିବା ରାସ୍ତାରେ ବିଳମ୍ବିତ ରାତିରେ କନ୍ୟା ସମେତ ଦୁଇ ମହିଳାଙ୍କ ବେକରୁ 15 ଭରି ସୁନା ଅଳଙ୍କାର ଓ ନଗଦ 1 ଲକ୍ଷ 50 ହଜାର ଟଙ୍କା ଲୁଟିନେଇ ଫେରାର ହୋଇଗଲେ ଡକୟାତ । ଏ ନେଇ ସମ୍ପର୍କୀୟଙ୍କ ପକ୍ଷରୁ କୋରାପୁଟ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ମାରଣାସ୍ତ୍ର ଦେଖାଇ କନ୍ୟା ବେକରୁ 15 ଭରି ସୁନା ଅଳଙ୍କାର ଲୁଟ

ବିଜୟନଗରମରୁ କନ୍ୟା ଘର ଲୋକେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅଭିମୁଖେ ବାହାଘର ପାଇଁ ଗୁରୁବାର ରାତିରେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ବୋରିଗୁମ୍ମା ଯିବାକୁ ରାଣିଗଡ଼ ରାସ୍ତାରେ କିଛି ଦୁର୍ବୃତ୍ତ ପଥର ରଖି ଗାଡିକୁ ଅଟକାଇଥିଲେ । ତାପରେ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ବନ୍ଧୁକ, ଛୁରୀ ଓ ମାରଣାସ୍ତ୍ର ଦେଖାଇ କନ୍ୟା ସମେତ 2 ଜଣ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟି ନେଇଥିଲେ ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ଥାନାଧିକାରୀଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ତଦନ୍ତ ପାଇଁ ପୋଲିସ ଟିମ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ କନ୍ୟାକୁ ନେଇ ଯାଉଥିବା କାର ଡ୍ରାଇଭରକୁ ସନ୍ଦେହ ଘେରରେ ଥିବାରୁ ଡ୍ରାଇଭରକୁ ବୋରିଗୁମ୍ମା ପୋଲିସ ଅଟକ ରଖିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.