ETV Bharat / state

କୋଟପାଡରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କୋଟପାଡରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ବର୍ତ୍ତମାନ ଏହି ଘଟଣା ପୋଲିସ ତଦନ୍ତ କରୁଛି । ସେପଟେ ତଦନ୍ତରେ ବଳାତ୍କାର ଓ ହତ୍ୟା ଅଭିଯୋଗ ସ୍ପଷ୍ଟ ହେଲେ ପୋକ୍ସୋ ଆଇନ ଅନୁଯାୟୀ ନାବାଳିକାକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଅଧିକ ପଢନ୍ତୁ...

କୋଟପାଡରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
କୋଟପାଡରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
author img

By

Published : Jul 22, 2020, 4:31 PM IST

କୋରାପୁଟ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକରେ । ଘଟଣାସ୍ଥଳରେ କୋଟପାଡ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

କୋଟପାଡରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଚିତ୍ରା ପଞ୍ଚାୟତର ବାଘଚୁଆଁ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ଘଟଣା ପୋଲିସ ତଦନ୍ତ କରୁଛି । ସେପଟେ ଏହି ଘଟଣା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୋଲିସ ତଦନ୍ତ ଚାଲିଛି । ତଦନ୍ତରେ ବଳାତ୍କାର ଓ ହତ୍ୟା ହୋଇଥିବା ଜଣାପଡିଲେ ପୋକ୍ସୋ ଆଇନ ଅନୁଯାୟୀ ବାଳିକାକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି ।

ସୂଚନାଥାଉକି ଦିନକୁ ଦିନ ରାଜ୍ୟର ଦୁଷ୍କର୍ମ ମାମଲାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ମେ ମାସରେ ମାଲକାନଗିରିରେ ପୋଲିସ କ୍ୟାଣ୍ଟିନରେ ଗଣଦୁଷ୍କର୍ମର ଶିକାର ଆଦିବାସୀ ମହିଳା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିଭଳି ବୀରମିତ୍ରପୁର ଥାନାରେ ଜଣେ ନାବାଳିକାକୁ ପୋଲିସ ଇନ୍ସପେକ୍ଟର ଗର୍ଭପାତ କରିଛନ୍ତି । ରାଜ୍ୟରେ ଏହାକୁ ନେଇ ବିଜେପି ପକ୍ଷରୁ ସରକାରଙ୍କ ନାରୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନେଇ ଟାର୍ଗେଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.