ETV Bharat / state

Ganja Seized: ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ - ମାଛକୁଣ୍ଡ ପୋଲିସକୁ ସଫଳତା

ବାହାର ରାଜ୍ୟକୁ ଚାଲାଣ ହେବାକୁ ଥିବା ବେଳେ ନିର୍ମାଣାଧୀନ ଏକ ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ । ଅଧିକ ପଢନ୍ତୁ

ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
author img

By

Published : Dec 27, 2021, 12:06 PM IST

Updated : Dec 27, 2021, 12:37 PM IST

କୋରାପୁଟ: ମାଛକୁଣ୍ଡ ପୋଲିସକୁ ବଡ ସଫଳତା । ନିର୍ମାଣାଧୀନ ଏକ ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ । ଜବତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେବାକୁ ଥିବା ବେଳେ ବାଲେଲ ଅଞ୍ଚଳରୁ ଏହି ସବୁ ଗଞ୍ଜେଇ ଜବତ କରାଯାଇଛି ।

Ganja Seized: ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ମିଳିଥିବା ସୂଚନା ଅନୁଯାୟୀ ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଅଞ୍ଚଳରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଏକ ନିର୍ମାଣାଧୀନ ବିଜୁ ପକ୍କା ଘରେ ବିପୁଳ ପରିମାଣରେ ଗଞ୍ଜେଇ ରଖାଯାଇଥିଲା । ଏନେଇ ଏକ ବିଶେଷସୁତ୍ରରୁ ଖବର ପାଇ କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପରେ ନନ୍ଦପୁର SDPO ସଞ୍ଜୟ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ବାଲେଲ ଗାଁରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ 58ଟି ବସ୍ତାରେ ରହିଥିବା ୧୩ କୁଇଣ୍ଟାଲ ୫୭ କେଜି ଗଞ୍ଜେଇକୁ ପୋଲିସ ଜବତ କରିବାରେ ସଫଳ ହୋଇଥିଲା ।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନଥିବା ବେଳେ ୨ ଜଣ ବ୍ୟକ୍ତି ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଏହାକୁ ନେଇ ମାଛକୁଣ୍ଡ ପୋଲିସର ଅଧିକ ତଦନ୍ତ ଜାରିରହିଛି । ତଦନ୍ତ ପରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି SDPO କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 27, 2021, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.