ETV Bharat / state

ଅବକାରୀ ବିଭାଗର ଚଢ଼ାଉ: ୫ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ

author img

By

Published : Mar 11, 2022, 7:48 AM IST

କୋରାପୁଟ ନୀଳଗିରି ବୃକ୍ଷର ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ । ୫କ୍ବିଣ୍ଟାଲ୍ ଗଞ୍ଜେଇ ଜବତ । ଅଧିକ ପଢନ୍ତୁ

ଅବକାରୀ ବିଭାଗର ଚଢ଼ାଉ: ୫କ୍ବିଣ୍ଟାଲ୍ ଗଞ୍ଜେଇ ଜବତ

କୋରାପୁଟ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ନିକଟସ୍ଥ ସିନ୍ଧିପୁଟ ଗ୍ରାମରୁ ୫କ୍ବିଣ୍ଟାଲ୍ ଗଞ୍ଜେଇ ଜବତ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । ସୂଚନାଅନୁସାରେ, ଗୋବର୍ଦ୍ଧନ ଗୋଲରି ନାମକ ବ୍ୟକ୍ତି ଏକ ନୀଳଗିରି ବୃକ୍ଷର ଜଙ୍ଗଲ ରେ ଗଞ୍ଜେଇ ବସ୍ତା ଧରି ଆନ୍ଧ୍ରକୁ ଚୋରା ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିଥିଲା ।

ଚଢ଼ାଉରେ ୫କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫକରି ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 26 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ବିଭାଗ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.