କୋରାପୁଟ: ନନ୍ଦପୁର ବ୍ଲକ ଅନ୍ତର୍ଗତ ଅତଣ୍ଡା ଓ ବନୁର ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ଅଧିକାରୀଙ୍କ ମିଳିତ ଚଢାଉରେ 103 ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।
ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ 12 କୋଟି 36 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । ଗତ 21 ତାରିଖରେ ମଧ୍ୟ ନନ୍ଦପୁର ବ୍ଲକର ତାପଗଣ୍ଡା ଗ୍ରାମରେ 15 ଏକର ଓ ଗୋଡିପୁଟ ଗ୍ରାମରେ 25 ଏକର ଜାଗାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ନଷ୍ଟ କରିଥିଲେ ।
ଏଭଳି ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ଜାରି ରଖି ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ