ETV Bharat / state

Panchayat Poll: 4 ଗାଁର ଲୋକଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଦଶମନ୍ତପୁର ବ୍ଲକରେ ରାତି ପାହିଲେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଫୁଲବେଦା ପଞ୍ଚାୟତର ସଲପଗୁଡ଼ା, ତେନ୍ତୁଳିଗୁଡ଼ା, ଝାପରାଗୁଡ଼ା ଓ ବଦଳି ମାଲିଗୁଡ଼ା ଗ୍ରାମର ଭୋଟର ନିର୍ବାଚନକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 21, 2022, 7:48 PM IST

Panchayat Poll: ଚାରୋଟି ଗାଁର ଲୋକଙ୍କ ଭୋଟ ବର୍ଜନ ନିଷ୍ପତ୍ତି

କୋରାପୁଟ: ଦଶମନ୍ତପୁର ବ୍ଲକରେ ରାତି ପାହିଲେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଫୁଲବେଦା ପଞ୍ଚାୟତର ସଲପଗୁଡ଼ା, ତେନ୍ତୁଳିଗୁଡ଼ା, ଝାପରାଗୁଡ଼ା ଓ ବଦଳି ମାଲିଗୁଡ଼ା ଗ୍ରାମର ଭୋଟର ନିର୍ବାଚନକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ।

ସେମାନେ ଗତ କିଛିଦିନ ପୂର୍ବେ ଏହି ନିଷ୍ପତ୍ତି ନେଇ ସର୍ବତ୍ର ସେମାନଙ୍କ ନିଷ୍ପତ୍ତିକୁ ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦଙ୍କୁ ଜଣାଇବାର ପ୍ରୟାସ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ଓ ଭୋଟ ବର୍ଜନର କାରଣ ତଥା ନିରାକରଣ ପାଇଁ କେହି ସେମାନଙ୍କ ପାଖରେ ପହଞ୍ଚି ନଥିଲେ । ତେଣୁ କ୍ଷୁବ୍ଧ ହୋଇ ନିର୍ବାଚନକୁ ବର୍ଜନ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଦୃଢ଼ କରିଥିବା ଜଣାଇଛନ୍ତି । ଫୁଲବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଏହି ସମସ୍ତ ଗ୍ରାମକୁ ଠିକ୍ ରାସ୍ତାଟିଏ ନଥିବା ଯୋଗୁଁ ନାନା ସମସ୍ୟା ଦେଖାଦେଇଛି ।

ଗାଁର ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଫଳରେ ପିଲାଏ ସ୍କୁଲ ଯାଇପାରିନଥିବା ବେଳେ ମାଟି ରାସ୍ତାରେ ବର୍ଷା ପାଣି ମୁନ୍ଦେ ପଡିଗଲେ ଚାଷୀ ତା’ର ଉତ୍ପାଦ ବଜାରକୁ ନେଇପାରୁନଥିବା ଗାଁର ଚାଷୀ ଅଭିଯୋଗ କରିଛନ୍ତି । ଚାଷବାସ ପାଇଁ ଜଳର ଅଭାବ ରହିଥିବା ବେଳେ ପିଇବା ପାଇଁ ମଧ୍ୟ ଅଦୂରରେ ଥିବା ଝରଣାର ଚୂଆଁ ହିଁ ଭରସା ବୋଲି ଗ୍ରାମବାସୀ ଜଣାଇଛନ୍ତି । ଆଜି ରାତିସୁଦ୍ଧା ସେମାନଙ୍କ ଅଭାବକୁ ପୂରଣ କରିବାର ଠୋସ୍‌ ପ୍ରତିଶ୍ରୁତି ନମିଳିଲେ ସେମାନଙ୍କ ଭୋଟ ବର୍ଜନ ପାଇଁ ଜିଲ୍ଲାର ରାଜନୈତିକ ନେତା ଓ ପ୍ରାଶାସନିକ ଅଧିକାରୀ ଦାୟୀ ରହିବେ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.