ETV Bharat / state

ନିଶାଦ୍ରବ୍ୟ ସହ 4 ଜଣଙ୍କୁ ଗିରଫ କଲା ଜୟପୁର ପୋଲିସ

author img

By

Published : May 1, 2021, 8:12 PM IST

ରୋଗୀଙ୍କୁ ଦିଆଯାଉଥିବା ଇଞ୍ଜେକ୍ସନ ନେଇ ନିଶାରେ ମତୁଆଲା ହେଉଛନ୍ତି ଯୁବପିଢି । ଆଉ ଏଭଳି ଏକ ରାକେଟର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ୍ ଥାନା ପୋଲିସ । ଅଧିକ ପଢନ୍ତ...

four people arrested by Jaipur police
ନିଶାଦ୍ରବ୍ୟ ସହ 4 ଜଣଙ୍କୁ ଗିରଫ କଲା ଜୟପୁର ପୋଲିସ

କୋରାପୁଟ : ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ଦିଆଯାଉଥିବା ଇଞ୍ଜେକ୍ସନ ନେଇ ନିଶାରେ ମତୁଆଲା ହେଉଛନ୍ତି ଯୁବପିଢି । ଏଣୁ ଏହାର କଳା କାରବାର ଧୀରେ ଧୀରେ ବଢିବାରେ ଲାଗିଛି । ଆଉ ଏଭଳି ଏକ ରାକେଟର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ୍ ଥାନା ପୋଲିସ । ଶହ ଶହ ସଂଖାରେ ଏହି ଏମ୍ପୁଲ୍ ଜବତ କରିବା ସହିତ 4 ଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ନିର୍ଦିଷ୍ଟ ସୁତ୍ରରୁ ଖବର ପାଇ ପ୍ରଥମେ ସୁନାବେଡାରେ ଥିବା ସପ୍ଲାଏର ତଥା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜୟପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ରେଡ୍ କରିଥିଲା । ସ୍ଥାନୀୟ ଅଞ୍ଚଳରୁ 790 ଟି ଏମ୍ପୁଲ ସହ 51 ହଜାର ଟଙ୍କା ଓ କାର ଜବତ କରିଛି ପୋଲିସ । ଏନେଇ ଟାଉନ୍ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

କୋରାପୁଟରରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.