ETV Bharat / state

Kotia Dispute: କୋଟିଆ ସୀମାକୁ ନେଇ ଓଡ଼ିଶା ମାନଚିତ୍ର ସ୍ପଷ୍ଟ କହିଲେ ପୂର୍ବତନ ଜିଲ୍ଲାପାଳ

ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ରରେ ସମଗ୍ର କୋଟିଆ ଅଞ୍ଚଳ ଓଡିଶା ସୀମା ମଧ୍ୟରେ ରହିଛି । ଆନ୍ଧ୍ର ସରକାରଙ୍କୁ ଏହି ପ୍ରମାଣ ଦେଇ ଅନଧିକାର ପ୍ରବେଶ ରୋକିବାକୁ ମତ ରଖିଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ । ଅଧିକ ପଢନ୍ତୁ

Kotia Dispute: କୋଟିଆ ସୀମାକୁ ନେଇ ଓଡ଼ିଶାର ମାନଚିତ୍ର ସ୍ପଷ୍ଟ କହିଲେ ପୂର୍ବତନ ଜିଲ୍ଲପାଳ

author img

By

Published : Jan 13, 2022, 8:36 AM IST

Updated : Jan 13, 2022, 10:12 AM IST

କୋରାପୁଟ: ୧୯୪୫ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ପାଟନାରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ପଟ୍ଟାଙ୍ଗି-ତାଡିବାଲାସା ହେରିଟେଜ ରୋଡ଼ ଓଡ଼ିଶାର ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିଲା । ଏଥିରୁ ଅନୁମେୟ ଯେ, ସମଗ୍ର କୋଟିଆ ଅଞ୍ଚଳ ଓଡିଶା ସୀମା ମଧ୍ୟରେ ରହିଛି । ତେଣୁ ଆନ୍ଧ୍ର ସରକାରଙ୍କ ନିକଟରେ ଏହି ପ୍ରମାଣକୁ ଉପସ୍ଥାପନ କରି କୋଟିଆରେ ଆନ୍ଧ୍ରର ଅନଧିକାର ପ୍ରବେଶକୁ ରୋକିବା ଦିଗରେ ଓଡିଶା ରାଜ୍ୟ ସରକାର ଯତ୍ନବାନ ହେବା ଆବଶ୍ୟକ । କୋଟିଆ ବିବାଦର ସମାଧାନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଙ୍ଗଠନର ଆବାହକ ଗଦାଧର ପରିଡା ଏହି ମତ ରଖିଛନ୍ତି ।

Kotia Dispute: କୋଟିଆ ସୀମାକୁ ନେଇ ଓଡ଼ିଶାର ମାନଚିତ୍ର ସ୍ପଷ୍ଟ କହିଲେ ପୂର୍ବତନ ଜିଲ୍ଲପାଳ

ନିକଟରେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ କରାଯାଇଛି । ଜିଲ୍ଲା ସ୍ତରରେ ଉଭୟ ରାଜ୍ୟର ମିଳିତ ବିଭାଜନ କମିଟି ସୀମା ଅଞ୍ଚଳକୁ ଚିହ୍ନଟ କରିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ପଷ୍ଟ କରିଛନ୍ତି। ଯେଉଁ ଅଞ୍ଚଳ ମାନଚିତ୍ର ସ୍ପଷ୍ଟ ଏବଂ ବିବାଦୀୟ ନୁହେଁ ଏହାକୁ ଚିହ୍ନଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ସୂଚନା ପରେ ମାନଚିତ୍ର ଭିତ୍ତିକ ପ୍ରମାଣ ଉପସ୍ଥାପନ କରିବାକୁ କୋରାପୁଟର ପୂର୍ବତନ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ଓଡିଶା-ଆନ୍ଧ୍ରପ୍ରଦେଶର ମିଳିତ ଟିମ୍ କୋରାପୁଟ ଜିଲ୍ଲାର କୋଟିଆ ଓ ଅନ୍ୟାନ୍ୟ ଅଂଚଳର ସୀମା ମାପଚୁପ କରିବା ପୂର୍ବରୁ ଜିଲ୍ଲାରେ ଏକ ଅଭିଜ୍ଞ ଟିମ୍ ଦ୍ୱାରା ସମସ୍ତ ଉପଲବ୍ଧ ମାନଚିତ୍ର ଓ ତଥ୍ୟକୁ ଭଲ ଭାବେ ଅନୁଶୀଳନ କରିନେବା ଉଚିତ ବୋଲି ମତ ରଖିଛନ୍ତି ପୂର୍ବତନ ଜିଲ୍ଲାପାଳ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jan 13, 2022, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.