ETV Bharat / state

ମନ୍ତ୍ରୀଙ୍କ ଆଗରେ ଅଭିନୟ କରି ବିକାଶର ଗୁମର ଖୋଲି ଦେଲେ କୁନିଝିଅ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଜଣେ 5 ବର୍ଷର କୁନିଝିଅ ଅଭିନୟ କରି ସରକାରଙ୍କ ବିକାଶର ଗୁମର ଖୋଲିଛନ୍ତି । କୁନିଝିଅର ଏହି ସାହାସକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି । ଅଧିକ ପଢନ୍ତୁ

girl unmasks govt Negligence through acting
ମନ୍ତ୍ରୀଙ୍କ ଆଗରେ ଅଭିନୟ କରି ବିକାଶର ଗୁମର ଖୋଲିଲେ କୁନିଝିଅ
author img

By

Published : Aug 18, 2023, 2:20 PM IST

ମନ୍ତ୍ରୀଙ୍କ ଆଗରେ ଅଭିନୟ କରି ବିକାଶର ଗୁମର ଖୋଲିଲେ କୁନିଝିଅ

କୋରାପୁଟ: ଆମ ଗାଁ କେ ରାସ୍ତା ନାହିଁ... ଫୋନ ନାହିଁ କି ଟାୱାର ନାହିଁ... ପିଇବାକେ ପାଣି ନାହିଁ... ସରକାର ବାବୁ ମାନେ ଗାଁକେ ବିକାଶ କଲେ ନାହିଁ... ଆମର ଗାଁ କେ ଟିକେ ବି ବିକାଶ ନାହିଁ ହେଲା ବାବୁ.... ଆମେ ବହୁତ କଷ୍ଟରେ ଅଛୁ ବାବୁ... ପଦୁବେଡାର ଦୁଃଖ ଟିକେ ବୁଝ ବାବୁ... କିଛି ଏମିତି ଜଣେ କୁନିଝିଅ ଅଭିନୟ କରି ଅନର୍ଗଳ କହି ଚାଲିଥିଲେ । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ପଦୁବେଡା ଗାଁର ଏକ କୁନିଝିଅ ସ୍ବାଧୀନତା ଦିବସରେ ଅଭିନୟ କରି ସରକାରଙ୍କ ବିକାଶର ଚିତ୍ର ପଦାରେ ପକାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁନିଝିଅର ଏହି ସାହାସକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ଲୋକ ।

ସ୍ବାଧୀନତା ଦିବସରେ ଗାଁ ସମସ୍ୟାକୁ ନେଇ ଆଦିବାସୀ ଭାଷାରେ ମନ୍ତ୍ରୀଙ୍କ ଆଗରେ ଅଭିନୟ କରି ବଖାଣିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସରସ୍ଵତୀ ଶିଶୁ ମନ୍ଦିରର 5 ବର୍ଷର ଝିଅ ସୋନାଲି ଦାସ । କୋରାପୁଟ ସଦର ମହକୁମାରେ ୭୭ତ୍ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ଏହାଛଡ଼ା ଜିଲ୍ଲାପାଳ, ବିଧାୟକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଡିଆଇଜି ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅଭିନୟ ପ୍ରତିଯୋଗିତା ହୋଇଥିଲା । ଆଉ ମଞ୍ଚକୁ ଆସିଥିଲେ ସୋନାଲି । ଆଦିବାସୀ ଭାଷାରେ କୁନି କଣ୍ଠରେ ନିଜର କଥାକୁ ଉପସ୍ଥାପନ କରିଥିଲେ । ତାଙ୍କ ଅଭିନୟର ବିଷୟବସ୍ତୁରେ ଥିଲା ତାଙ୍କ ଗାଁ ସମସ୍ୟା । ଗାଁର ମାଳମାଳ ସମସ୍ୟାକୁ ଅଭିନୟ କରି ନିର୍ଭୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତରଙ୍କ ଆଗରେ କହି ଚାଲିଥିଲେ ସୋନାଲି । ଯାହାକୁ ସେଠାରେ ଉପସ୍ଥିତ ଥିବା ଲୋକ ବେଶ ପ୍ରଶଂସା କରିଥିଲେ ।

ଏହା ବି ପଢନ୍ତୁ...କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ବାଲ ବାଟିକା

କୁନିଝିଅ ସୋନାଲିଙ୍କର ଏହି ଅଭିନୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗାଁର ବିକାଶକୁ ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ କୁନିଝିଅଙ୍କର ଏହି ଅଭିନୟ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନଙ୍କ ଗୁମର ଖୋଲି ଦେଇଛି । ସୋନିଲିଙ୍କ ଗାଁ ସମସ୍ୟାଙ୍କୁ ନେଇ ଜିଲ୍ଲାପାଳଙ୍କଠୁ ନେଇ ନେତା ଓ ସରକାରୀ ଅଧିକାରୀ ତାଳି ମାରିଥିଲେ । ହେଲେ ବାସ୍ତବରେ ଗାଁର ବିକାଶ ପାଇଁ କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.