ETV Bharat / state

ମେଡିକାଲ୍ କଲେଜ ଛାତ୍ରାବାସରେ ବାଣ ମାଡ

author img

By

Published : Nov 15, 2020, 7:34 PM IST

ଶନିବାର ବିଳମ୍ବିତ ରାତ୍ରିରେ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଛାତ୍ରାବାସକୁ ବାଣମାଡ । ଅଧିକ ପଢନ୍ତୁ...

ମେଡିକାଲ୍ କଲେଜ ଛାତ୍ରାବାସ ଉପରେ ବାଣ ମାଡ
ମେଡିକାଲ୍ କଲେଜ ଛାତ୍ରାବାସ ଉପରେ ବାଣ ମାଡ

କୋରାପୁଟ: ଶନିବାର ବିଳମ୍ବିତ ରାତ୍ରିରେ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଛାତ୍ରାବାସକୁ ବାଣମାଡ । କ୍ୟାମ୍ପସ ବାହାରୁ ରକେଟ ବାଣ ଦ୍ୱାରା ଘନ ଘନ ଆକ୍ରମଣ ଘଟିଥିବା ଛାତ୍ରମାନେ ଆଜି ଅଭିଯୋଗ କରିଛନ୍ତି ।

ମେଡିକାଲ୍ କଲେଜ ଛାତ୍ରାବାସ ଉପରେ ବାଣ ମାଡ

ଛାତ୍ରଙ୍କ କହିବାନୁଯାୟୀ, ରାତି ପ୍ରାୟ 11 ଟା ବେଳେ ଛାତ୍ରାବାସ କ୍ୟାମ୍ପସ ପାଚେରୀ ବାହାରେ ଯାଇଥିବା ସଡକ ଉପରେ କିଛି ଅଜଣା ଯୁବକ ଆସି ଛାତ୍ରାବାସ ଉପରକୁ ହଠାତ ତୁହାକୁ ତୁହା ବାଣ ମାରିଥିଲେ । ଏହି ଅତର୍କିତ ଆକ୍ରମଣରେ ଭୟଭୀତ ହୋଇ ଛାତ୍ର ଓ କଲେଜର କର୍ମକର୍ତ୍ତା ଇତସ୍ତତଃ ଧାଇଁବାରେ ଲାଗିବା ଫଳରେ କିଛି ଛାତ୍ରା ପଡି ଆହତ ହୋଇଛନ୍ତି ।

ତେବେ ପୋଲିସ ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡିତ କରିବାର ପ୍ରତିଶ୍ରୁତି ଦେଇଥିବା ବେଳେ ଛାତ୍ରାବାସର ବାହାରେ ସିସି ଟିଭି ଲଗାଇବା ସହିତ ଛାତ୍ରାବାସ ସଂଲଗ୍ନ ରାସ୍ତା ଉପରେ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିବା ପାଇଁ ଛାତ୍ରମାନେ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.