କୋରାପୁଟ: କୋରାପୁଟ ପୋଲିସ ନିକଟରେ ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ ରାମେ ମାଡକାମୀ । ମାଓନେତା ଆରକେର ପ୍ରୋଟେକ୍ସନ ଗ୍ରୁପର ଏରିଆ କମିଟି ମେମ୍ବର ଥିବା ଜଣାପଡିଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାମେ ନାଁରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ 10ରୁ ଅଧିକ ମାମଲା ରହିଛି । ଏପରିକି ତା ନାଁରେ ରାଜ୍ୟ ସରକାରଙ୍କ ତରଫରୁ 4 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଏସପି କହିଛନ୍ତି । ପୋଲିସ ସହ ଏକ ଏନକାଉଣ୍ଟର ସମୟରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଫଳରେ ମାଓ ସଂଗଠନର କେହି ତାଙ୍କର କିଛି ଦାୟିତ୍ବ ନେଇଥବା ଯୋଗୁଁ ସେ ଦଳ ଛାଡିଥିବା ପୋଲିସ ନିକଟରେ କହିଛନ୍ତି ।
କୋରାପୁଟରୁ ସିଏଚ .ଶାନ୍ତାକାର, ଇଟିଭି ଭାରତ