ETV Bharat / state

କୋରାପୁଟରେ ପଡ଼ୁଛି ବରଫ ଚାଦର, ତଳି ପୋଡ଼ିଯିବା ଯୋଗୁଁ ଚିନ୍ତାରେ ଚାଷୀ - କୋରାପୁଟରେ ପ୍ରବଳ ଶୀତର ପ୍ରକୋପ ଜାରି

କୋରାପୁଟରେ ପ୍ରବଳ ଶୀତର ପ୍ରକୋପ ଜାରି ରହିଛି । ପର୍ଯ୍ୟଟକ ଏଠାରେ ଶୀତକୁ ବିଭିନ୍ନ ଉପାୟରେ ଉପଭୋଗ କରୁଥିବାବେଳେ ବିଲରେ ତଳି ପୋଡ଼ିଯିବା ଓ ପୋଖରୀରେ ଛୋଟ ଛୋଟ ମାଛ ମରିଯାଉଥିବାରୁ ଚିନ୍ତାରେ ଚାଷୀ । ଅଧିକ ପଢ଼ନ୍ତୁ

ତଳି ପୋଡ଼ିଯିବା ଯୋଗୁଁ ଚିନ୍ତାରେ ଚାଷୀ
ତଳି ପୋଡ଼ିଯିବା ଯୋଗୁଁ ଚିନ୍ତାରେ ଚାଷୀ
author img

By

Published : Jan 10, 2023, 7:32 AM IST

Updated : Jan 10, 2023, 3:13 PM IST

କୋରାପୁଟରେ ପ୍ରବଳ ଶୀତର ପ୍ରକୋପ ଜାରି

କୋରାପୁଟ: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ତେବେ କୋରାପୁଟରେ ମଧ୍ୟ ଶୀତ ତାର ପ୍ରଭାବ ବିସ୍ତାର କରିବାରେ ପଛଘୁଞ୍ଚା ଦେଇନାହିଁ । କିନ୍ତୁ କୋରାପୁଟବାସୀ ଶୀତର ପ୍ରକୋପକୁ ବିଭିନ୍ନ ଉପାୟରେ ଉପଭୋଗ କରୁଛନ୍ତି । କେହି କମ୍ବଳ ଘୋଡାଇ ଚାଲବୁଲ କରୁଛି ତ ଆଉ କେହି ନିଆଁ ଜଳାଇ ଓ ସୂର୍ଯ୍ୟୋଦୟକୁ ଅପେକ୍ଷା କରି ତାର ଉଷ୍ମତାକୁ ଅନୁଭବ କରୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚା' ଦୋକାନରେ ମଧ୍ୟ ଭିଡ ଜମୁଛି ।

ଗତ କିଛିଦିନ ଧରି କୋରାପୁଟ ସହର ସମେତ ସୁନାବେଡ଼ା, ସେମିଳିଗୁଡା, ଦାମନଯୋଡି, ପଟ୍ଟାଙ୍ଗି ଓ ନନ୍ଦପୁର ଅଞ୍ଚଳ ସମେତ ଦଶମନ୍ତପୁର ବ୍ଲକର ରାଜୁଗୁଡ଼ା ଓ ଜାନୀଗୁଡ଼ା ଅଞ୍ଚଳରେ ରାତିର ତାପମାତ୍ରା ୪ ଡିଗ୍ରୀରୁ ତଳକୁ ଖସି ଯାଉଛି । ଏହାର ପ୍ରଭାବରେ ଧାନ କିଆରୀରେ, ଜମିରେ ପଡ଼ି ରହିଥିବା ନଡ଼ା ଉପରେ, ଛୋଟ ଗଛ, ଲତା ଓ ବୁଦା ଉପରେ କାକର କଠିନ ହୋଇ ବରଫ ଚାଦର ପଡିଥିବା ଭଳି ଅନୁଭବ ହେଉଛି । ଏପରି ବରଫ ଆସ୍ତରଣ ସାଙ୍ଗକୁ ପରିଷ୍କାର ଆକାଶରେ ପର୍ବତ ଉହାଡରୁ ଉଙ୍କି ମାରୁଥିବା ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ପର୍ଯ୍ୟଟକ ଏସବୁ ଅଞ୍ଚଳରେ ପାହାନ୍ତିଆ ପହରରେ ବୁଲିବୁଲି ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ତେବେ ପ୍ରକୃତି ପ୍ରେମୀ ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ସାଧାରଣ ଚାଷୀ ବିଲରେ ତଳି ପୋଡ଼ିଯିବା ଓ ପୋଖରୀରେ ଛୋଟଛୋଟ ମାଛ ମରିଯାଉଥିବା ଯୋଗୁଁ ଚିନ୍ତାରେ ରହିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Jan 10, 2023, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.