କୋରାପୁଟ: ସ୍ଥାନୀୟ ଚାଷୀଙ୍କୁ ପଞ୍ଜିକରଣ ନକଲେ ଧାନ ମଣ୍ଡିରେ ଆତ୍ମାହୂତି ଦେବାର ଚେତାବନୀ ଦେଇଛନ୍ତି ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ପୋଡାପଦର ଗ୍ରାମର ଚାଷୀ ।
ସୋମବାର କୋରାପୁଟକୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ସେମାନଙ୍କ ଅଭିଯୋଗକୁ ଚାଷୀ ଉପସ୍ଥାପନ କରିଛନ୍ତି । ନବରଙ୍ଗପୁର ଓ ମାଲକାନଗିରି ଭଳି ବାହାର ଜିଲ୍ଲାର ଚାଷୀଙ୍କୁ ଦଲାଲଙ୍କ ମାଧ୍ୟମରେ ପୋଡାପଦରରେ ପଞ୍ଜିକରଣ କରାଯାଇଥିବା ବେଳେ ସ୍ଥାନୀୟ ଏସଏଚଜି ସ୍ଥାନୀୟ ଚାଷୀଙ୍କୁ ପଞ୍ଜିକରଣ କରିନଥିବା ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ଅଞ୍ଚଳର ବାସ୍ତବ ଚାଷୀଙ୍କୁ ତୁରନ୍ତ ପଞ୍ଜିକରଣ କରାନଗଲେ ଚାଷୀ ମାନେ ସେହି ଗ୍ରାମର ମଣ୍ଡିରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି । ତେବେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି ।
କୋରାପୁଟରୁ ସି. ଏଚ୍ ଶାନ୍ତାକାର, ଇଟିଭି ଭାରତ