କୋରାପୁଟ: ନବଦିନ ଯାତ୍ରା ସମ୍ପନ୍ନ କରି କୋରାପୁଟ ସହରର ଗ୍ରାମଦେବୀ ମା’ ମୂତ୍ୟାଲୁମା ଆଜି ସକାଳୁ ଟିକିରା ସାହିସ୍ଥିତ ନିଜ ମନ୍ଦିରକୁ ଫେରିଯାଇଛନ୍ତି । କୋରାପୁଟ ସହରର ଏକ ଅସ୍ଥାୟୀ ମଣ୍ଡପରେ ମା ମୁତ୍ୟାଲୁମାଙ୍କୁ ସ୍ଥାପନା କରି ଗତ ନଅ ଦିନ ଧରି ହର୍ଷ ଉଲ୍ଲାସର ସହ ଘଟଯାତ୍ରା ସମ୍ପନ୍ନ ହୋଇଯାଇଛି ।
ଆଉ ଏକ ଉତ୍ସବମୟ ପରିବେଶରେ ଆଜି ବାତ୍ୟା ଜନିତ ପ୍ରବଳ ବର୍ଷାକୁ ଖାତିର ନକରି ପୁରୁଣା କୋରାପୁଟ ନିକଟରେ ଥିବା ବାଘ ଗୁମ୍ଫାରେ ଆଖପାଖର ୧୩ଟି ଗ୍ରାମର ହଜାର ହଜାର ଲୋକ ଏକତ୍ରିତ ହୋଇ ବାଘପାର ପର୍ବ ପାଳନ କରିଛନ୍ତି । ପ୍ରତି ତିନି ବର୍ଷରେ ଥରେ ପାଳିତ ହେଉଥିବା ଏହି ଉତ୍ସବରେ ବାଘକୁ ପୂଜା କରିବାର ପରମ୍ପରା ଥିବା ଶ୍ରଦ୍ଧାଳୁ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ