କୋରାପୁଟ: ଦିନକୁ ଦିନ ମାଓବାଦୀଙ୍କ ଉତ୍ପାତ ବଢିବାରେ ଲାଗିଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ମାଛକୁଣ୍ଡ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଏକ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା । ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ, ମାଓକ୍ୟାଡରଙ୍କ ଫଟୋ ମିଳିବା ସହ ଅତ୍ୟାଧୁନିକ ବିସ୍ଫୋରକ ଜବତ ହୋଇଛି ।
ଏହାସହ ଘଟଣାସ୍ଥଳରୁ ପାଖାପାଖି 15ରୁ 20 ଜଣ ମାଓବାଦୀ ଖସି ପଳାଇ ଥିବା ଜଣାପଡିଛି । ଜିଲ୍ଲା ପୋଲିସ ଡିଭିଏଫ ଓ ବିଏସଏଫର ମିଳିତ ଉଦ୍ୟମରେ ଏହି ଚଢାଉ କରାଯାଇଥିଲା । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ