ETV Bharat / state

ଗୁପ୍ତେଶ୍ବରକୁ ଛାଡି ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ: ଜିଲ୍ଲାପାଳ

author img

By

Published : Aug 4, 2021, 7:14 AM IST

ଦୀର୍ଘ ଦିନର କୋଭିଡ କଟକଣା ପରେ ମଧ୍ୟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଦର୍ଶନରୁ ବଞ୍ଚିତ ହେବେ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବରକୁ ଛାଡି ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ: ଜିଲ୍ଲାପାଳ

କୋରାପୁଟ: ଏବେ ଖୋଲିବନି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର । ଶ୍ରାବଣ ମାସରେ ଶୈବ ପୀଠ ଗୁପ୍ତେଶ୍ଵରରେ ରାଜ୍ୟ ତଥା ରାଜ୍ୟ ବାହାରର କାଉଡିଆ ଭକ୍ତ ମାନେ ଜଳ ଲାଗି କରିବାକୁ ଏଠାରେ ପ୍ରବଳ ମାତ୍ରାରେ ଭିଡ ଜମାଇଥାନ୍ତି । ଏନେଇ ଗତକାଲି (ମଙ୍ଗଳବାର) ଜିଲ୍ଲାର ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ବିଶେଷ କରି ଶ୍ରାବଣ ମାସରେ ଓଡିଶା, ଛତିଶଗଡ ସମେତ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ପାଇଁ ଏହାକୁ ଶ୍ରାବଣ ମାସ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ନେଇ ଜିଲ୍ଲାପାଳ ଅବଦଲ ଅଖତର ସୂଚନା ପ୍ରଦାନ କରିଛନ୍ତି ।

ଏଥି ସହିତ ଜିଲ୍ଲାରେ ବୋଲବମ କାଉଡିଆଙ୍କ ପାଇଁ ସମସ୍ତ ଶୈବ ମନ୍ଦିରରେ ଜଳାଭିଷେକ କରିବାକୁ ବାରଣ କରାଯାଇଛି । ତେବେ ଜିଲ୍ଲାର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ କୋଭିଡ ନିୟମାବଳୀକୁ ଅନୁପାଳନ କରି ଭକ୍ତଙ୍କ ପାଇଁ ଖୋଲିବା ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସମୟରେ ଫୁଲ, ଫଳ ଓ ଭୋଗ ସାମଗ୍ରୀ ନ ନେଇ କେବଳ ଠାଙ୍କୁରଙ୍କୁ ଦର୍ଶନ କରିବେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.