କୋରାପୁଟ: ପାଞ୍ଚ ବର୍ଷ ପୂର୍ବେ ଠିକ ଏହି ଦିନରେ ଇପିଏଫ ପେନସନଧାରୀଙ୍କ ପେନସନ ରାଶିରେ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ହେଲେ ଆଜି ପର୍ଯ୍ୟନ୍ତ ତାହା ବାସ୍ତବ ରୂପ ନେଇପାରିନାହିଁ ।
କେନ୍ଦ୍ର ସରକାର ଇପିଏଫଧାରୀ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ସର୍ବ ନିମ୍ନ 9000 ଟଙ୍କା ପେନସନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା କୋରାପୁଟ ଜିଲ୍ଲା ଇପିଏଫଧାରୀ ପେନ୍ସନର ସଂଘର ସଦସ୍ୟ ପ୍ରଦୀପ ମହାନ୍ତି ପ୍ରକାଶ କରିଛନ୍ତି । ପ୍ରସ୍ତାବିତ ରାଶି ପ୍ରଦାନ ସହ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଦାବିରେ ସୋମବାର କୋରାପୁଟ ମୁଖ୍ୟ ଡାକଘର ସାମନାରେ ଇପିଏଫ ପେନସନଧାରୀ ତିନି ଘଣ୍ଟା ଧରି ଧାରଣା ଦେଇ ଦାବି ଦିବସ ପାଳନ କରିଛନ୍ତି । ।
କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ