ETV Bharat / state

ସୀମା ଟପିଲା ବର୍ବରତା: ବୃଦ୍ଧଙ୍କୁ ପିଟି ପିଟି ହତ୍ୟା ପରେ ପୋଡି ଦେଲେ ପୁତୁରା-ବୋହୂ

ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟି ପିଟି ହତ୍ୟା କଲେ ପୁତୁରା-ବୋହୂ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ବର୍ବରତାର ଭିଡିଓ । ଅଧିକ ପଢ଼ନ୍ତୁ

author img

By

Published : Aug 7, 2022, 10:06 AM IST

ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ପୁତୁରା ବୋହୂ

କୋରାପୁଟ: ସୀମା ଲଙ୍ଘିଲା ବର୍ବରତା । ପାରିବାରିକ କଳହରୁ ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟି ପିଟି ନିର୍ମମ ଭାବେ ହତ୍ୟା କଲେ ରକ୍ତ ସମ୍ପର୍କୀୟ । ବୃଦ୍ଧଙ୍କୁ ଏପରି ଅକଥନୀୟ ନିର୍ଯ୍ୟାତନା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ଦେହ ଶିହରୀ ଉଠିବ । ଭିଡିଓଟିରେ ଦେଖାଯାଇଛି, ବୃଦ୍ଧ ବ୍ୟକ୍ତିଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଜଣେ ପୁରୁଷ ସମେତ ମହିଳା ନିର୍ଧୁମ ମାଡ ମାରୁଛନ୍ତି । ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ ହେଁ ବଞ୍ଚାଇବାକୁ କେହି ଆସୁନାହନ୍ତି । ଶେଷରେ ଅକଥନୀୟ ନିର୍ଯ୍ୟାତନା ସହି ନ ପାରି ବୃଦ୍ଧଙ୍କ ଜୀବନ ଚାଲିଯାଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉପରକୁଟିଙ୍ଗା ଗାଁରେ ଘଟିଛି ଏହି ନାରକୀୟ କାଣ୍ଡ ।

ଯାହା ସୂଚନା ମିଳିଛି, ମୃତ ବୃଦ୍ଧ ହେଉଛନ୍ତି କୁର୍ଷ ମିଣିଆକା । ମାଡ ମାରୁଥିବା ଜଲ୍ଲାଦମାନେ ତାଙ୍କ ନିଜର ପୁତୁରା ଓ ତା'ର ପତ୍ନୀ ଅଟନ୍ତି । ବୃଦ୍ଧ କୁର୍ଷ ମିଣିଆକା କୌଣସି କାରଣକୁ ନେଇ ନିଜ ପୁଅର ଘର ଆଜବେଷ୍ଟଗୁଡିକ ଭାଙ୍ଗି ଦେବା ସହ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କୁର୍ଷଙ୍କ ନିଜ ଭାଇ ଓ ତାଙ୍କ ପୁଅ ବୋହୂ ଅନ୍ୟ ଜଣଙ୍କ ସହାୟତାରେ ତାଙ୍କୁ ଆଣି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଏହାପରେ ଏକ ଠେଙ୍ଗା ଧରି ଆରମ୍ଭ କରିଥିଲେ ନିର୍ଯାତନା । ଫଳରେ ଘଟଣାସ୍ଥଳରେ କୁର୍ଷଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଅଭିଯୁକ୍ତମାନେ ଗ୍ରାମବାସୀଙ୍କ ସହାୟତାରେ ବୃଦ୍ଧଙ୍କ ମୃତଦେହ ଦାହ କରିଦେଇଥିଲେ ।

ଖବରପାଇ ପୋଲିସ ଉପରକୁଟିଙ୍ଗା ଗାଁରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଆଣି ପଚରାଉଚୁରା କରୁଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବୃଦ୍ଧଙ୍କୁ ମାଡ ଦେବା ସମୟର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୁତୁରା ବୋହୂକୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ବେତପଦ୍ମା ସେଠୀ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.