ETV Bharat / state

ଅଚାନକ କୋରାପୁଟ ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ କୋରାପୁଟ ଗସ୍ତ କରି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

କୋରାପୁଟରେ ଶିକ୍ଷାମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ଗସ୍ତ

author img

By

Published : Aug 23, 2021, 7:41 PM IST

କୋରାପୁଟ: ଆଜି(ସୋମବାର) ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବିଦ୍ୟାଳୟକୁ ଗସ୍ତ କରିଛନ୍ତି । ସର୍କିଟ ହାଉସଠାରେ ସେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି । ଏହାପରେ ସେ ସହରରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

କୋରାପୁଟରେ ଶିକ୍ଷାମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ଗସ୍ତ

ସେଠାରେ ପିଲାଙ୍କ ସହିତ କଥାବାର୍ତ୍ତା କରିବା ପରେ ଶ୍ରେଣୀଗୃହରେ ପ୍ରଶ୍ନ ପଚାରିବାକୁ କହିଥିଲେ । ପିଲାଙ୍କ ସହ କଥାବାର୍ତ୍ତା ହେବା ପରେ ଏହି କୁନି ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା, ଗ୍ରହଣଶୀଳତା ଓ ଉତ୍ତର ଦେବାପାଇଁ ପ୍ରକାଶ ପାଇଥିବା ତତ୍ପରତାକୁ ନେଇ ଆନନ୍ଦିତ ହୋଇଥିବା ପ୍ରକାଶ କରିଥିଲେ । ସରକାର ମାଧ୍ୟମିକ ଶିକ୍ଷାର ଉନ୍ନତି ନିମନ୍ତେ ଅନେକ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ ଆରମ୍ଭ କରିଥିବା ବେଳେ ପ୍ରାଥମିକ ଶିକ୍ଷାର ମଧ୍ୟ କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ଯୋଜନା କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ଖୋଲିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସ୍ବାସ୍ଥ୍ୟ ବିଶେଷଜ୍ଞ କୋରୋନାର ତୃତୀୟ ପର୍ଯ୍ୟାୟକୁ ନେଇ ଆଶଙ୍କା ପ୍ରକାଶ କରୁଥିବା ଯୋଗୁଁ ସରକାର ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି । ବିଶେଷଜ୍ଞ ମାନେ ଯେତେବେଳେ ପିଲାଙ୍କ ପାଇଁ ବିପଦ ମୁକ୍ତ ଥିବା ଜଣାଇବେ ସେତେବେଳେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ପିଲାମାନେ ଅନେକ ଦିନ ଧରି ବିଦ୍ୟାଳୟଠାରୁ ଦୂରରେ ରହିଯାଇଥିବା ଯୋଗୁଁ ବିଦ୍ୟାଳୟ ଆସିବା ପରେ ସେମାନଙ୍କ ଉନ୍ନୀତ ଶ୍ରେଣୀରେ ସୁଚାରୁରୁପେ ଅଧ୍ୟୟନ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.