ETV Bharat / state

ପିଲାଙ୍କୁ ପଣିକିଆ ପଢାଇଲେ, ପ୍ରଶଂସା କଲେ ଗଣଶିକ୍ଷା ମନ୍ତ୍ରୀ

ଶିକ୍ଷକ ସାଜି ପିଲାଙ୍କୁ ପଣିକିଆ ପଢାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପିଲା ଉତ୍ତର ଦେବାବେଳେ ଅଧାରୁ ଝୁଣ୍ଟିବାରୁ ପିଲାଙ୍କ ସହ ପଣିକିଆ ଦୋହରାଇବା ସହ ସେମାନଙ୍କୁ ଶିଖାଇଥିଲେ ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 29, 2019, 7:18 PM IST

କୋରାପୁଟ: ଶିକ୍ଷକ ସାଜି ପିଲାଙ୍କୁ ପଣିକିଆ ପଢାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସୋମବାର ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ହଠାତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ମନ୍ତ୍ରୀ । ଏହାପରେ ସେ ସ୍କୁଲ ପିଲାଙ୍କୁ ପଣିକିଆ ପଚାରିଥିଲେ । ପିଲା ଉତ୍ତର ଦେବାବେଳେ ଅଧାରୁ ଝୁଣ୍ଟିବାରୁ ପିଲାଙ୍କ ସହ ପଣିକିଆ ଦୋହରାଇବା ସହ ସେମାନଙ୍କୁ ଶିଖାଇଥିଲେ ମନ୍ତ୍ରୀ । ସେପଟେ ପିଲାମାନେ ମଧ୍ୟ ଖୁବ ଉତ୍ସାହର ସହ ତାଙ୍କଠାରୁ ପଣିକିଆ ଶିଖିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଉଚ୍ଚ ଶ୍ରେଣୀର ପିଲାଙ୍କ ଦକ୍ଷତାକୁ ନେଇ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କୁନି କୁନି ପିଲାଙ୍କ ପ୍ରତିକ୍ରିୟା, ଗ୍ରହଣଶୀଳତା ଓ ଉତ୍ତର ଦେବାର ତତ୍ପରତାକୁ ନେଇ ଆନନ୍ଦିତ ହୋଇଥିଲେ ମନ୍ତ୍ରୀ ।

ଏହା ବ୍ୟତୀତ ମନ୍ତ୍ରୀ ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ତେବେ ବିଦ୍ୟାଳୟରେ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପିଲାଙ୍କୁ ପରଷା ଯାଉଥିବା ଖାଦ୍ୟ ଜୟପୁର ସ୍ଥିତ କେନ୍ଦ୍ରୀୟ କିଚେନରୁ ଆସୁଥିବା ଜାଣିବା ପରେ ସେହି କିଚେନ ପରିଚାଳକଙ୍କୁ ନୋଟିସ ଦେଇଛନ୍ତି । ଏହା ସହିତ ଖାଦ୍ୟର ମାନରେ ଉନ୍ନତି ଆଣିବା ଦିଗରେ ତାଗିଦ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ର ସମୀକ୍ଷା କରିବା ପରେ ଶିକ୍ଷା ମନ୍ତ୍ରୀ ସମୀର ଦାସ ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ସେବନ କଲେ ।Body:ଖାଇବା ପୂର୍ବରୁ ପିଲାମାନେ ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିବା ବେଳେ ବିଦ୍ୟାଳୟରେ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ । ପରସାଯାଇଥିବା ଖାଦ୍ୟ ଜୟପୁରସ୍ଥିତ କେନ୍ଦ୍ରୀୟ କିଚେନ ରୁ ଆସୁଥିବା ଜାଣିବାକୁ ପାଇ ମନ୍ତ୍ରୀ ସେହି କିଚେନ ପରିଚାଳକଙ୍କୁ ନୋଟିସ ଦେଇ ଖାଦ୍ୟର ମାନରେ ଉନ୍ନତି ଆଣିବା ଦିଗରେ ତାଗିଦ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଲେ ।Conclusion:ଭୁବନେଶ୍ବର ଫେରିଗଲାପରେ ଏ ସଂକ୍ରାନ୍ତରେ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରତିଶ୍ରୁତି ଦେଲେ ।
.........
Byte : ସମୀର ରଞ୍ଜନ ଦାସ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
.......
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.