ETV Bharat / state

ହଜିଯାଉଛି ପାରମ୍ପରିକ ବାଦ୍ୟ ଡୁଙ୍ଗଡୁଙ୍ଗାର ଶବ୍ଦ, କଳାକାରଙ୍କ ଦୁଃଖ ପ୍ରକାଶ

author img

By

Published : May 31, 2022, 12:25 PM IST

ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଡୁଙ୍ଗଡୁଙ୍ଗା କୋରାପୁଟରୁ ଧୀରେ ଧୀରେ ଲୋପ ପାଇବାରେ ଲାଗିଥିବା କଳାକାରମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ହଜିଯାଉଛି ପାରମ୍ପରିକ ବାଦ୍ୟ ଡୁଙ୍ଗଡୁଙ୍ଗାର ଶବ୍ଦ, କଳାକାରଙ୍କ ଦୁଃଖ ପ୍ରକାଶ
ହଜିଯାଉଛି ପାରମ୍ପରିକ ବାଦ୍ୟ ଡୁଙ୍ଗଡୁଙ୍ଗାର ଶବ୍ଦ, କଳାକାରଙ୍କ ଦୁଃଖ ପ୍ରକାଶ

କୋରାପୁଟ: ହଜିବାରେ ଲାଗିଛି ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଡୁଙ୍ଗଡୁଙ୍ଗାର ଶବ୍ଦ । ଯୁବପିଢିମାନେ ଆଧୁନିକ ଜୀବନଶୈଳୀର ବଶବର୍ତ୍ତୀ ହୋଇ ଏହି ବାଦ୍ୟ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା କଳାକାର ଅଭିଯୋଗ କରିଛନ୍ତି । ହାତଗଣତି କେତେକ କଳାକାରଙ୍କୁ ଛାଡ଼ିଦେଲେ ଧୀରେ ଧୀରେ ଏହି ପାରମ୍ପରିକ ବାଦ୍ୟ ଲୋପ ପାଇବାକୁ ବସିଛି । ଆଦିବାସୀ କଳାକାରମାନେ ପାରମ୍ପରିକ ସଙ୍ଗୀତ ଗାନ କରି ଗାଁ ଗାଁ ଘର ଘର ବୁଲି ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି ।

ଜାନି ଯାତ୍ରାରେ ଆଦିବାସୀଙ୍କ ଢେମସା ନୃତ୍ୟରେ ଡୁଙ୍ଗଡୁଙ୍ଗା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ । କିନ୍ତୁ ବର୍ତ୍ତମାନ ଯୁବପିଢି କେବଳ ପାଠ ପଢିବା, ଖାଇବା ଓ ବୁଲିବାରେ ସମୟ ଅତିକ୍ରାନ୍ତ କରୁଥିବା ଯୋଗୁଁ ଡୁଙ୍ଗଡୁଙ୍ଗା ପରି ପାରମ୍ପରିକ ବାଦ୍ୟ ଶିଖିବା ପାଇଁ ଆଗ୍ରହ ଦେଖାଉନଥିବା ଛୋଟା ଵୋଇ କ୍ଷୋଭ ପ୍ରକାଶ କରିଛନ୍ତି । ଧୀରେ ଧୀରେ ଡୁଙ୍ଗଡୁଙ୍ଗା ବାଜା ଓ ଏହି ବାଦ୍ୟଯନ୍ତ୍ରକୁ ବଜାଉଥିବା କଳାକାରଙ୍କ ସଂଖ୍ୟା କମିବାରେ ଲାଗୁଥିବା ସେ କହିଛନ୍ତି ।

ତେବେ ପୁରାତନ ରୀତିନୀତିର ପ୍ରଚଳନ କମିଯାଉଥିବା ଯୋଗୁଁ ଡୁଙ୍ଗଡୁଙ୍ଗା ଭଳି ଅନେକ ପାରମ୍ପରିକ ବାଦ୍ୟ ସେମାନଙ୍କ ଅସ୍ତିତ୍ବ ହରାଇଥିବା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବେଜାପଦରର କଳାକାର ମଇନା ଜାନି ମତ ରଖିଛନ୍ତି । ତେଣୁ ଆଦିବାସୀ ପରମ୍ପରା ଓ ପାରମ୍ପରିକ ରୀତିନୀତିର ପ୍ରୋତ୍ସାହନ ଯୋଗାଇ ଦେଲେ ଡୁଙ୍ଗଡୁଙ୍ଗା ଭଳି ପାରମ୍ପରିକ ବାଦ୍ୟ ମଧ୍ୟ ବଞ୍ଚି ରହିବ ବୋଲି ମଇନା ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.